ମହିଳାଙ୍କୁ ବ୍ଲାକମେଲ କରି ଟଙ୍କା ସୁନାଗହଣା ଲୁଟ, ୨ ଗିରଫ

Spread the love

ଭୁବନେଶ୍ୱର, ୧୦/୯ (ସନ୍ଧାନ ନିୟୁଜ) ବାଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତର ସୁନିତା (ଛଦ୍ମନାମ)ଙ୍କ ସ୍ୱାମୀ ବିଦେଶରେ କାମ କରୁଛନ୍ତିି । ଘରେ ସୁନିତା ଏକାକୀ ରହୁଥିଲେ । ଏହାର ସୁଯୋଗ ନେଇ ପ୍ରାୟ ୨ ବର୍ଷ ପୂର୍ବେ ନିକଟସ୍ଥ ଖଜୁରୀଆ ଗ୍ରାମର ଅର୍ଜୁନ ରାଉତରାୟଙ୍କ ପତ୍ନୀ କଳାବତୀ ତାଙ୍କ ଠାରୁ ୫୦ହଜାର ଟଙ୍କା ଧାର ନେଇଥିଲେ । ତେବେ ଧାର ଟଙ୍କା ସୁଝିବା ବଦଳରେ କଳାବତୀ ସୁନିତାଙ୍କୁ ଧରମ ଝିଅ କରି ତାଙ୍କ ସହ ସମ୍ପର୍କ ସୃଷ୍ଟି କରିଥିଲେ । ପରେ ତାଙ୍କ ଘରକୁ ଯା’ଆସ କରି ସୁନିତାଙ୍କ ମନରେ ବିଶ୍ୱାସ ଜନ୍ମାଇ ସମ୍ପର୍କ ନିବିଡ଼ କରିଥିଲେ*

ତେବେ ସୁନିତାଙ୍କ ସ୍ୱାମୀ ବିଦେଶରୁ ପଠାଉଥିବା ଟଙ୍କା ଲୁଟ କରିବା ପାଇଁ ଚକ୍ରାନ୍ତ କରି କଳାବତୀ ତାଙ୍କୁ ଘରକୁ ଡାକି ନିଶା ଔଷଧ ମିଶା ପଣା ପିଇବାକୁ ଦେଇଥିଲେ । ପଣା ପିଇବା ପରେ ସୁନିତା ଚେତା ଶୂନ୍ୟ ହୋଇପଡ଼ିଥିଲେ । କଳାବତୀଙ୍କ ପୁଅ କାଳିଆ, ବିଶ୍ୱଜିତ ଓ ରାଜେନ୍ଦ୍ର ମୋବାଇଲରେ ସୁନିତାଙ୍କ ଆପତ୍ତିଜନକ ଫଟୋ ଉଠାଇଥିଲେ ।ପରେ ଏହି ଫଟୋ ଭାଇରାଲ କରିଦେବା ଧମକ ଦେଇ ସେମାନେ ସୁନିତାଙ୍କ ଠାରୁ ନଗଦ ୨୦ ଲକ୍ଷ ଟଙ୍କା ସମେତ ସୁନାଚେନ, ଲ୍ୟାପଟପ୍‌, ସ୍କୁଟି ପରି ଦାମୀ ଜିନିଷମାନ ହାତେଇଥିଲେ*

ଏପରିକି କାଳିଆ ସୁନିତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରିରୀକ ସମ୍ପର୍କ ସ୍ଥାପନ କରିବା ସହ ଏହାର ଭିଡିଓ ସୁଟ କରିଥିଲେ । ତିନି ଭାଇଙ୍କ ଦାବି ବଢିବାରୁ ସୁନିତା ସେମାନଙ୍କୁ ଟଙ୍କା ଦେବା ବନ୍ଦ କରିଦେଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳିଆ ଫଟୋ ଓ ଭିଡିଓ ସୁନିତାଙ୍କ ସ୍ୱାମୀ ଓ ପିଲାଙ୍କୁ ପଠାଇବା ସହ ହ୍ୱାଟ୍‌ସଆପରେ ଭାଇରାଲ କରିଦେଇଥିଲେ । ସୁନିତା ଏହାର ପ୍ରତିବାଦ କରିବାରେ ଗ୍ରାମଛକରେ କାଳିଆ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ । ଏନେଇ ଶନିବାର ରାତିରେ ସୁନିତା ଥାନାରେ ଅଭିଯୋଗ କରିବାରେ ପୁଲିସ ୨୫୧/୧୯ ନମ୍ବରରେ ମକଦ୍ଦମା ରୁଜୁ କରି ତାଙ୍କର ଡାକ୍ତରୀମାଇନା କରାଇ ତଦନ୍ତ ଚଳାଇଥିଲେ । ରବିବାର କାଳିଆ ଓ ବିଶ୍ୱଜିତ ଗମ୍ଭାରୀମୁଣ୍ଡାରେ ଥିବା ମୋବାଇଲ ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା ।*

ମଧ୍ୟାହ୍ନରେ ପୁଲିସ ସେମାନଙ୍କୁ ଗିରଫ କରି ଡାକ୍ତରମାଇନା କରାଇ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଘଟଣାଟି ବାଣପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଶନିବାର ରାତିରେ ସୁନିତା ଥାନାରେ ଅଭିଯୋଗ କରିବାରେ ପୁଲିସ ୨୫୧/୧୯ ନମ୍ବରରେ ମକଦ୍ଦମା ରୁଜୁ କରି ତାଙ୍କର ଡାକ୍ତରୀମାଇନା କରାଇ ତଦନ୍ତ ଚଳାଇଥିଲେ । ରବିବାର କାଳିଆ ଓ ବିଶ୍ୱଜିତ ଗମ୍ଭାରୀମୁଣ୍ଡାରେ ଥିବା ମୋବାଇଲ ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା । ମଧ୍ୟାହ୍ନରେ ପୁଲିସ ସେମାନଙ୍କୁ ଗିରଫ କରି ଡାକ୍ତରମାଇନା କରାଇ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।*

Related Posts

About The Author

Add Comment