ଯାଜପୁର ସଦର, : ୧୨/୪/୨୬ (ସନ୍ଧାନ ନ୍ୟୁଜ ) ଏଠାରେ ସୂଚନା ଯୋଗ୍ୟ ଯେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିକାରୀ ସରସ୍ଵତୀ ବାରିକକୁ ଦୃବ୍ୟବହାର କରିଥିବାକୁ ନେଇ କୋରେଇ ଥାନାରେ ଅଭିଯୋଗ କରାଯାଛି । ଏଠାରେ ସୂଚନା ଯୋଗ୍ୟ ଯେ ନନ୍ଦି ପଦା ପୋଲିସ୍ ଗୌରପୁର ପଞ୍ଚାୟତ ସାହାସପୁର ଗ୍ରାମର ସରସ୍ଵତୀ ବାରିକଙ୍କ ଘରେ ପହଞ୍ଚି କବାଟ ବାଡେଇଥିଲେ ଘରେ କେହି ପୁରୁଷ ଲୋକ ନ ଥିବାରୁ ସରସ୍ଵତୀ ଏବଂ ତାଙ୍କ ଝିଅ କିଏ ଡାକୁଛ ବୋଲି ଖୋଲି ଥିଲେ । ଥାନା ଅଧିକାରିଙ୍କ ସହିତ ସାତ ଆଠ ଜଣ ପୋଲିସ୍ ତାଙ୍କ ଘରେ ପଶି ବୋହୁ ଖୋଜା ଖୋଜି କରିବା ସହିତ କେଉଁଠି ଅପରାଧିକୁ ରଖିଛ ବୋଲି କହିଥିଲେ । ସରସ୍ଵତୀ ଏ ନେଇ ମନା ମନା କରିବାରୁ ଗାଳି ଗୁଲଜ କରିବା ସହିତ ଜିନିଷ ପତ୍ର ଫୋପଡା ଫୋପଡି କରିଥିଲେ । ସରସ୍ଵତୀଙ୍କ ପୁଅ ବାହାରକୁ ଗାଡି ଭଡ଼ା ନେଇ ଯାଇଥିବା ବେଳେ ମାର ଫୋନ କଲ୍ ପାଇ ପୁଅ ଘରେ ପହଞ୍ଚି ପୋଲିସକୁ ଘଟଣା ବିଷୟରେ ପଚରା ଉଚରା କରିଥିଲେ । ତାଙ୍କ ଘରେ ଅପରାଧିକୁ ଲୁଚାଇ ରଖିଚ ବୋଲି ଆମେ ଆସିଛୁ କହିଥିଲେ । ସ୍ଥାନୀୟ ଥାନା ଅନ୍ୟ ଥାନାକୁ ବହିଆସ ବୋଲି କହିବାରୁ ସେଠାରୁ ପୋଲିସ ପଳାଇଥିଲେ । ଏ ନେଇ ସରସ୍ଵତୀ ତାଙ୍କ ଝିଅ,ପୁଅ ନନ୍ଦି ପୁର ଥାନା ଅଧିକାରୀ ଙ୍କ ବିରୋଧରେ କୋରେଇ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ କୋରେଇ ଥାନା ଅଧିକାରୀ ରାକେଶ ତ୍ରୀପାଠି ପଚାରିବାରୁ ଅପରାଧୀକୁ ଲୁଚା ଯାଇଥିବା ଖବର ପାଇ ନନ୍ଦିପଦା ଥାନା ପୋଲିସ୍ ଆମ ଅବଗତ କରି ଜଣାଇ ଛନ୍ତି । କୋରେଇ ଥାନା ଅଧିକାରୀ ବୁଝାବଣା ସମାଧାନ ହୋଇଥିବା ଜଣାଯାଇଛି ।
ମହିଳାଙ୍କୁ ଥାନା ଅଧିକାରୀଙ୍କ ଦୃବ୍ୟବହାର କଲେ
|
April 12, 2026 |



