ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁ ରେ ଏନ୍ଓୟୁ

Spread the love

 ବାରିପଦା, ୨୪/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନଓୟୁ)ର ନାମ  ଏନଓୟକୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବା ପ୍ରସ୍ତାବିରେ ମୁଖ୍ୟମନ୍ତ୍ରୀ ଗତ ୨୧ରେ  ବିଜେଡିର ରାଜ୍ୟ ପରିଷଦ ବୈଠକରେ ମୋହର ମାରିଥିବା ବଳେ ବୁଧବାର ଏ ସଂପର୍କରେ ସ୍ୱତନ୍ତ୍ର ଭାବେ ଘୋଷଣା କରିଛନ୍ତି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ତଥା ନବୋହଳର ନିବା‌ନିର୍ମାତା ଶ୍ରୀରାମଚନ୍ଦ୍ର ଇଂଜଦେଓଙ୍କ ନାମରେ ପିତ ହେବା ପରେ ମୟୂରଭଞ୍ଜରେ ଖୁସିର ଲହରୀ ଖେଳି ଯାଇଛି । ଏନଓୟୁକୁ ମହାରାଜା ଶ୍ରୀରାମ ଚନ୍ଦ୍ର ଜଦେଓଙ୍କ ନାମରେ ନାମିତ ଙ୍କ କରିବାକୁ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ପକ୍ଷରୁ ୪୨୮୩୬ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ ଅନୁସାରେ ସରକାର ଏନଓୟୁର ନାମକରଣ ପରିବର୍ତ୍ତନ କରିଛନ୍ତି । ଏହା ସହିତ ଓଡ଼ିଶା ସର୍ବପ୍ରାଚୀନ ପାଠାଗାର ଶ୍ରୀରାମଚନ୍ଦ୍ର ପାଠାଗାରର ସବିଶେଷ ଉନ୍ନତି କରିବାକୁ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ଘୋଷଣା କରିଛନ୍ତି । ଏ ନେଇ ପ୍ରଥମ ଥର ପାଇଁ ବାରିପଦାରେ ଏକ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନା ଜିଲ୍ଲା ବିଜୁଜନତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡିର ରାଜ୍ୟ ସଭା ସାଂସଦ ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସସ୍ମିତ ପାତ୍ର, ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ଭଞ୍ଜର ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଏସଡିସି ଚେୟାରମ୍ୟାନ ଡା ଦେବାଶିଷ ମାରାଣ୍ଡି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ରାଜ୍ୟ ସଂପାଦକ କୃଷ୍ଣଚନ୍ଦ୍ର ଦାସ, ରାଜ୍ୟ ସଂପାଦକ ସୁବ୍ରମଣ୍ୟମ ମହାନ୍ତିଜିଲ୍ଲା ସଂପାଦକ ପ୍ରଭାତ ନାୟକ, ଜିଲ୍ଲା  ଯୁବ ସଭାପତି ଅରୁଣ ବରାଡଙ୍କ ସମେତ ଜିଲ୍ଲାର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ନବ ମୁଖ୍ୟମନ୍ତ୍ରୀ ଦେଇଥିବା କଥାକୁ ରଖନ୍ତି ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରତି ତାଙ୍କର ଗଭୀର ସିର ଦରଦ ଅଛି ତେଣୁ ବାରିପଦାର ବଡଜଗନ୍ନାଥ‌ରାଜା । ମନ୍ଦିରର ନବୀକରଣ ସହିତ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ୫କୋଟି ଟଙ୍କାର ଅନୁଦାନ ଦେଇଥିବା ବଳେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ବୋଲି କହିଥିଲେ ସସ୍ମିତା ପାତ୍ର । ଏଥ ସହିତ ସେ କହିଥିଲେଯେ, ଜିଲ୍ଲାର ସମସ୍ତ ସମସ୍ୟା ଓ ଦାବିକୁ ମୁଖ୍ୟମନ୍ତ୍ରୀ ସବୁ ବଳେ ଗୁରୁତ୍ବ ଦେଇ ଆସିଥିବା ବଳେ ଆଗକୁ ମଧ୍ୟ ଫୋକସରେ ରଖୁଛନ୍ତି । ଏନଓୟୁକୁ ମହାରାଜାଙ୍କ ନାମରେ ନାମିତ କରାଯାଇଥିବାରୁ ଏହି ଅବସରରେ ମନ୍ତ୍ରୀ ସୁଦାମ ମାରାଣ୍ଡି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ୧୫୦ତମ ଜୟନ୍ତୀ ବର୍ଷରେ ଏହା ତାଙ୍କ ପାଇଁଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିବା ସହ ମହାରାଜା, ଶ୍ରୀରାମ ଚନ୍ଦ୍ରଙ୍କ କୃତୀ ଓ କିର୍ତ୍ତୀ ସଂପର୍କରେ  ବୟାନ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ, ୧୯୯୮ ମସିହା ଜୁଲାଇ ୧୩ ତାରିଖରେ ଏନଓୟୁପ୍ରତିଷ୍ଠା ହୋଇଥିଲା । ଏହା ପ୍ରତିଷ୍ଠାର ଦୀର୍ଘ ୨୨ବର୍ଷ ପରେ ଏହାକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ନାମରେ ରାଜ୍ୟସରକାର ନାମିତ କରିଥିବାରୁ ଜିଲ୍ଲାରେ ଏକ ଖୁସିର ମାହୋଲ ରହିଛି ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପୂର୍ବରୁ ମଧ୍ୟ ଏହି ବିଶ୍ବ ବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବାକୁ ବୁଦ୍ଧିଜୀବୀଙ୍କ ଦ୍ବାରା ପ୍ରସ୍ତାବ ଦିଆ ଯାଇଥିଲା । ମାତ୍ର ସତେବେଳେ ପ୍ରଶାସନିକ ସୁବିଧାକୁ ଦେଖୁ ବରମୁଣ୍ଡା ଠାରେ ଚାଲୁଥିବା ଏନଓୟୁର ଅଫିସକୁ ସ୍ଥାନାନ୍ତର କରିବାକୁ ସୁବିଧା ହେବ କହି ସେହି ପୁରୁଣା ନାମ ରଖାଯାଇଥିବା ବେଳେ କ୍ୟାମ୍ପସକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଶ୍ରୀରାମଚନ୍ଦ୍ର ବିହାର ରଖା ଯାଇଥିଲା । ନିକଟରେ ଗତ ୧୭ ତାରିଖରେ ନବୋହଳର ଅନ୍ୟତମ ନିର୍ମାତା ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ରାଜର୍ଷି ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇ ଯାଇଥିବା ବଳେ ଏହି ଅବସରରେ ଗତ ୧୬ ତାରିଖରେ ବିଜେପି ପକ୍ଷରୁ ବାରିପଦା ଠାରେ ଏକ ପ୍ରେସମିଟ ଜରିଆରେ ମହାରାଜା ଶ୍ରୀରାମ ଚନ୍ଦ୍ରକୁ ଭଞ୍ଜଦେଓଙ୍କୁ ସରକାର ଭୁଲିଗଲେ ବୋଲି କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟସରକାରଙ୍କୁ ଟାର୍ଗଟେ କରିଥିଲା  ବିଜେପିର ଏହି ଟାର୍ଗଟେ ପରେ ତା ପର ଦିନ ବିଜେଡି ନେତାମାନେ ମହାରାଜାଙ୍କ ଜୟନ୍ତୀ ମନାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହା ପରେ ସଂଧ୍ୟାରେ ବିଜେଡି ପକ୍ଷରୁ ଏକ ପ୍ରେସମିଟ କରାଯାଇ ଏନଓୟୁକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହ ରାଜ୍ୟସରକାରଙ୍କୁ ଦିଆ ଯିବ ବୋଲି କୁହାଯାଇଥିଲା । ଏହା ବ୍ୟତୀତ ମହାରାଜା ଶ୍ରୀରାମଚନ୍ଦ୍ର ପାଠାଗାର (ଜୁବୁଲି ଲାଇବ୍ରେରୀ) ର ପୁନଃଉଦ୍ଧାର  ଏହାର ର ପାଇଁ ପାଣି ଯୋଗାଣ ପାଇଁ ପ୍ରସ୍ତାବ ସାଙ୍ଗକୁ‌ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡଳଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମିର । ଆଉ ଅଧିକ ପାଣ୍ଠି ବ୍ୟୟ ବରାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ୨୧ତାରିଖ ରାଜ୍ୟପରିଷଦ ବୈଠକରେ ଅନୁରୋଧ କରାଯିବ ବୋଲି ସାମ୍ବାଦିକମାନଙ୍କୁ ରାଜନୀ ମୁଁ ଦାମ ମାରାଣ୍ଡି ସୂଚନା ଦେଇଥିଲେ । ସୋମବାର ବିଜେଡିର ରାଜ୍ୟ ପରିଷଦ ବୈଠକରେ ଖୋଦ ମୁଖ୍ୟମନ୍ତ୍ରୀ ଏନଓୟକୁ ମହାରାଜା ଶ୍ରୀରାମ ଚନ୍ଦ୍ର ଇଂଜଦେଓଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ ସ୍ୱାଗତ କରିଥିଲାବଳେ ଏଥିପାଇଁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ୪୮ଘଣ୍ଟା ମଧ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଏହା ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Posts

About The Author

Add Comment