ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ

Spread the love
ରାଉରକେଲା: ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ । ସୁନ୍ଦରଗଡ ଜିଲ୍ଳାପାଳ ନିଖିଲ ପବନ କଲ୍ୟାଣ ଶନିବାର ରାଉରକେଲାରେ ପହଞ୍ଚି ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି । ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ବୁଲି ଦେଖାଇବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଥମେ ତରକେରା ଠାରେ ନିର୍ମିତ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ଯାଇ ସେଠାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାର୍ଯ୍ୟ କିଭଳି ଚାଲିଛି ତାହାର ସମୀକ୍ଷା କରିଥିଲେ। ଏହାପରେ ସେଠାରେ ଆବଶ୍ୟକ ରାସ୍ତା ନିର୍ମାଣ ଲାଗି ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।
ଏପଟେ ସିଭିଲ ଟାଉନସିପ ମୁଖ୍ୟ ଡ୍ରେନ, ଛେଣ୍ଡ କଳିଙ୍ଗ ବିହାର ମୁଖ୍ୟ ଡ୍ରେନ, ସେଣ୍ଟ୍ରାଲ ପାର୍କ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଆବଶ୍ୟକ ଉନ୍ନତିକରଣ, ହାଉସିଂ ପ୍ରକଳ୍ପ, ସ୍ବେରେଜ ପ୍ରକଳ୍ପ ଅଧୀନରେ ଚାଲିଥିବା ପାଇପ ବିଛା କାର୍ଯ୍ୟ ଆଦି ବୁଲି ଦେଖି ତାହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଜିଲ୍ଲାପାଳ।

Related Posts

About The Author

Add Comment