ବାରିପଦା, ୧୧.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ମଶାଣି ନାଁ ଶୁଣିଲେ ଛାତି ଭିତରଟା ଥରି ଉଠା ଅଜଣା ଭୟ ଓ ଆଶଙ୍କାରେ ମନରେ ଛନକା ପଶିଯାଏ । ମାତ୍ର ମୁଣ୍ଡ ଗୁଞ୍ଜିବାକୁ ଚାଳଛପର ଘର ଖଣ୍ଡେ ନ ଥିବାରୁ ମଶାଣିରେ ଥିବା ଶ୍ବଶାନ ଗୃହ ପାଲଟିଛି ଶ୍ୟାମ ସୁନ୍ଦର ସିଂଙ୍କ ବାସ ସ୍ଥାନ। ପରିବାର କହିଲେ ବାପା ମା‘ କେହି ନାହାନ୍ତି । ଆବାସ ଯୋଜନାରେ ଘର ଦାବି ୨୦୧୩ ମସିହାରେ ହୋଇଥିବା ଫାଇଲିନ୍ ବାତ୍ୟାରେ ତାଙ୍କ ଘର ଖଣ୍ଡିକ ଭାଙ୍ଗି ଯାଇଛି । ସରକାରଙ୍କ ମାଳ ମାଳ ଯୋଜନା ଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଳକ ଶିଆଳିଘାଟୀ ପଞ୍ଚାୟତର ଭଞ୍ଜବାଟୀ ଗ୍ରାମର ଶ୍ୟାମ ସୁନ୍ଦର ସିଂ କିନ୍ତୁ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ । ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ହିତାଧିକାରୀଙ୍କ ପାଖରୁ ସିଧାସଳଖ ସରକାର ତଥ୍ୟ ସଂଗ୍ରହ କରି ଶାସନ ପରିଚାଳନାରେ ସଂସ୍କାର ଆଣିବାକୁ ଉଦ୍ୟମ କରୁଥିବା ସର୍ଭେବ ଭଞ୍ଜବାଟୀ ଗ୍ରାମର ଶ୍ୟାମ ସୁନ୍ଦର ଆବାସ ଯୋଜନାରୁଲ ଚର ବଞ୍ଚିତ ହୋଇ ମଶାଣିରେ ଥିବା ଶ୍ମଶାନ ଗୃହରେ ରହିବା ସରକାରୀ କଳର ପାରିବା ପଣିଆ ଏବଂ ପ୍ରଶାସନର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ରାଜ୍ୟରେ ଚାଲିଥିବା ତା ନଖ ମୋ ସରକାରର କାର୍ଯ୍ୟକଳାପକୁ ମଧ୍ୟ ବିଦୃପ ପ ରେ । କରୁଛି କହିଲେ ଅତ୍ୟୁକ୍ତି ହେବନି । ଫାଇଲିନ ରେ ଅନେକଙ୍କ ଘର ସହିତ ଭଞ୍ଜବାଟୀ ଗ୍ରାମର ଅ ଶ୍ୟାମସୁନ୍ଦରଙ୍କ ଘର ମଧ୍ୟ ଉଜୁଡିଗଲା । ଆବାସ ନଯୋଜନାରୁ ଘର ଖଣ୍ଡ ପାଇବା ପାଇଁ ଶ୍ୟାମ ସୁନ୍ଦର ବଡ଼ସାହି ବ୍ଳକ ଅଫିସକୁ ଯାଇ ସେଠାରେ ବାରମ୍ବାର ଚକ୍ଟର ଲଗାଇଛନ୍ତି । ମାତ୍ର ଆଜି ଯାଏଁ ତାଙ୍କୁ ସୁଫଳ କିଛି ମିଳିନି । ଶେଷରେ ପ୍ରଶାସନିକ ଫନ୍ଦି ଫିକର ବୁଝୁ ନଥିବା ଅସହାୟ ଶ୍ୟାମା ସୁନ୍ଦର ଗାଁ ମଶାଣି ଗୃହରେ ଡେରା ପକାଇରହି ଆସୁଛନ୍ତି । ଯେଉଁ ସ୍ଥାନକୁ ଦିନରେ ଲୋକେ ଯିବା ଆସିବା କରିବାକୁ ଭୟ କରନ୍ତି ସେହି ସ୍ଥାନରେ ରାତି ରାତି କାଟିବା କେତେ କଷ୍ଟକର ବ୍ୟାପାର ଅନୁଭବୀ ହିଁ ଜାଣେ । ମାତ୍ର ଉପାୟ ଶୂନ୍ୟ ହୋଇ ଭଗବାନଙ୍କ ଭରସାରେ ଦିନେ ଅଧେ ନୁହେଁ ବରଂ ମାସ ମାସ ଧରି ଶ୍ୟାମ ସୁନ୍ଦର ମଶାଣି ଗୃହରେ ଦିନ କାଟୁଛନ୍ତି । ଦିନ ବେଳେ କାମ ଧନ୍ଦା କରିବାକୁ ବାହାରି ଯିବା ସମୟରେ ଶ୍ୟାମ ସୁନ୍ଦର ମଶାଣି ଗୃହର ଗେଟରେ ତାଲା ପକାଉଥିବା ବେଳେ ଏକ ଜେରିପାଲ ଘୋଡାଇ ଦେଇ ପାଆନ୍ତି । ଆଉ ରାତିରେ ଫେରି ସେହି ମଶାଣି ଘରେ ବିନା ଆଲୁଅରେ ରାତି କାଟନ୍ତି । ସେହି ଠାରେ ରାନ୍ଧନ୍ତି ଖାଆନ୍ତି ଓ ଶୁଅନ୍ତି ଭବାଟୀ ଗ୍ରାମବାସୀ ଶ୍ୟାମସୁନ୍ଦରଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦେଖୁ ଆବାସ ଯୋଜନାରେ ସରକାର ତାଙ୍କୁ ଏକ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି । ଏ ସଂପର୍କରେ ବଡ଼ସାହି ଡିଓ କରୁଣାକର ଧନ୍ଦାଙ୍କ ଉଷ୍ଟି ଆକର୍ଷଣ କରିବରୁ ଆଜରେ ଶ୍ରୀସୁଦରଙ୍କ ନିଶ୍ଚିତ ଭାବେ ରେ ଯାଇ ଆପଟ ବୋଲି କହିଛନ୍ତି।



