ମମତାଙ୍କୁ କଟାକ୍ଷ କଲେ ମୋଦୀ : ପ୍ରଧାନମନ୍ତ୍ରୀ ପଦର ନିଲାମୀ କରାଯାଉ ନାହିଁ କି ଦିଦି ଟଙ୍କା ଦେଇ କିଣି ନେବେ

Spread the love

ନୂଆଦିଲ୍ଲୀ, ୨୩/୪ (ସନ୍ଧାନ ନିୟୁଜ) : ମଙ୍ଗଳବାର ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ୍‌ରେ ମତଦାନ କରିଥିଲେ । ଏହା ପରେ ସେ ଓଡ଼ିଶାର ବାଲେଶ୍ୱର ଏବଂ ପରେ ପଶ୍ଚିମବଙ୍ଗର ଆସାନସୋଲ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଦୁଇଟି ରାଜ୍ୟରେ ନିର୍ବାଚନୀ ସଭାରେ ଯୋଗ ଦେଇ ମୋଦୀଜୀ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ଏ ମଧ୍ୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମ୍‌ସକୁ କଡ଼ା ସମାଲୋଚନା କରିଥିବା ଦେଖା ଯାଇଥିଲା ।

ଟିଏମ୍‌ସିକୁ ସମାଲୋଚନା କରି ମୋଦୀ କହିଥିଲେ, ଟିଏମ୍‌ସିର ଏବେ ଏଭଳି ଅବସ୍ଥା ହୋଇଗଲାଣି କି, ତାକୁ ନିର୍ବାଚନୀ ପ୍ରଚାର ପାଇଁ ବିଦେଶରୁ ଫିଲ୍ମ କଳାକାରଙ୍କୁ ଡ଼ାକିବାକୁ ପଡ଼ୁଛି । ଏହା ପରେ ମମତା ବାନାର୍ଜୀଙ୍କୁ ସମାଲୋଚନା କରି କହିଛନ୍ତି, ଦିଦି ସ୍ୱଳ୍ପ ଆସନ ପାଇଁ ଲଢ଼ି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ଯଦି ପ୍ରଧାନମନ୍ତ୍ରୀ ପଦର ନିଲାମୀ ହେଉଥାନ୍ତା, ତେବେ ଦିଦି ଏବଂ କଂଗ୍ରେସ ଯେଉଁ କଳାଧନ ରଖିଛନ୍ତି, ତାକୁ ଧରି କିଣିବାକୁ ଚାଲି ଆସିଥାନ୍ତେ । ନାରଦା, ସାରଦା ଏବଂ ରୋଜ୍‌ଭ୍ୟାଲି କେବଳ ଏକ ଘୋଟାଲା ନୁହେଁ, ଗରିବଙ୍କ ସହ କରାଯାଇଥିବା ଏକ ଅପରାଧ। ଯଦି ଜଣେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ଲୁଟୁଥିବା ପକ୍ଷକୁ ସମର୍ଥନ କରେ, ତେବେ ପରିସ୍ଥିତି କ’ଣ ହେବ ଆପଣମାନେ ଜାଣି ପାରୁଥିବେ।

Related Posts

About The Author

Add Comment