ମନ୍ତ୍ରୀ ଅରୁଣ ସାହୁଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କଲେ ସୁର ରାଉତରାୟ

Spread the love

ଭୁବନେଶ୍ୱର, ୦୧/୧୨/୨୦୨୦ (ସନ୍ଧାନ ନିଉଜ) ବହୁ ଚର୍ଚ୍ଚିତ ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଯାହା ନାମରେ ବି ଅଭିଯୋଗ ଆସୁଛି ମନ୍ତ୍ରୀ ଅରୁଣ ସାହୁ ହୁଅନ୍ତୁ କିମ୍ବା ତାଙ୍କ ସହଯୋଗୀ ହୁଅନ୍ତୁ ସମସ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ କରିବା ଦରକାର। କୁନି ଝିଅ ପରୀକୁ ନ୍ୟାୟ ମିଳିବା ଦରକାର। ଏସଆଇଟି ତଦନ୍ତ ପାଇଁ ଆମେ ଦୁଇ ମାସ ଅପେକ୍ଷା କରିବୁ। ଏଥିପାଇଁ ସରକାର ମଧ୍ୟ ସହମତ ହୋଇଛନ୍ତି। ଯଦି ଦୁଇ ମାସ ମଧ୍ୟରେ ରିପୋର୍ଟ ନଆସିବ ତେବେ କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜୋର ଧରିବ। ଯାହାକି ନବୀନ ସମ୍ଭାଳି ପାରିବେନି। 

ଅପର ପକ୍ଷରେ ସୁର କହିଛନ୍ତି ଯେ, ଏସଆଇଟି ତଦନ୍ତରେ ମୁଁ ଖୁସୀ ଅଛି। ପରୀ ହତ୍ୟା ଘଟଣା ଯାଂଚ୍ ପାଇଁ ଯେଉଁ କମିଟି ଗଠନ ହୋଇଛି ତାହାର ଚେୟାରମ୍ୟାନ ଜଣେ ଉଚ୍ଚକୋଟୀର ଅଫିସର। ସେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କାହାକୁ ଛାଡିବେନି। ପରୀ ପ୍ରସଙ୍ଗରେ ଦଳ ମଧ୍ୟରେ କୌଣସି ଦ୍ଵିମତ ନାହିଁ ବୋଲି ସୁର କହିଛନ୍ତି। ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ଏସଆଇଟି ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବି କରୁଥିବା କଂଗ୍ରେସ ଏବେ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ହୋଇ ଅରୁଣଙ୍କ ବହିଷ୍କାର ପ୍ରସଙ୍ଗ ଭୁଲି ଯାଇଛି।  

Related Posts

About The Author

Add Comment