ଯାଜପୁର/ଜଖପୁରା, ୦୨/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ଅଧିନ ମନୋହରପୁରରେ ମୃତୁଞ୍ଜୟ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଖପୁରା ଥାନାର ଏସ୍ ଆଇ ଶ୍ରୀଯୁକ୍ତ ବାସୁଦେବ ପରିଡ଼ା ଫିତା କାଟି ଉଦଘାଟନ କରିଥିଲେ । ଏଥିରେ ଦୁଇ ଲଢୁଆ ଟିମ୍ ଦହିପୁର ଓ ଦାମଦରପୁର ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା ,ପ୍ରଥମେ ଦହିପୁର ଟର୍ଚ୍ଚ ଜିତି ଖେଳିବାକୁ ନିଷ୍ପତି ନେଇ ୧୦ ଓଭର ଶେଷ ସୁଦ୍ଧା ୧୦୨ରନ୍ କରିଥିଲା ଜବାବରେ ଦାମଦରପୁର ସମସ୍ତ ଉଇକେଟ ହରାଇ ୮୨ରାନ୍ କରି ପରାସ୍ତ ହୋଇଥିଲା ।ଏଥିରେ ସଚିତା ନନ୍ଦ ବିଶ୍ୱାଳ, ଅବିନାଶ ବିଶ୍ୱାଳ, ରଶ୍ମି ରଞ୍ଜନ ବିଶ୍ୱାଳ, ଚିନ୍ମୟ ମିଶ୍ର, ଅଜିତ କୁମାର ନାୟକ, ରାକେଶ ରାଉତ, ବାସୁଦେବ ରାଉତ,ବଳରାମ ରାଉତ ପ୍ରମୁଖ ସହଯୋଗ କରିଥିଲେ।
ମନୋହରପୁରରେ ମୃତୁଞ୍ଜୟ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟିତ; ଦହିପୁର ବିଜୟୀ
|
December 2, 2019 |



