ଭଦ୍ରକ : ୧୨/୮(ସନ୍ଧାନ ନିଉଜ) ମଧ୍ୟାହ୍ନ ଭୋଜନ ଖାଇ 19 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ.ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିସ୍ୟା ପାଇଁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି. ଭଦ୍ରକ ତିହିଡି ବ୍ଲକ ଚାରିତରଫ ୟୁ ଜି ୟୁ ପି ବିଦ୍ୟାଳୟ ରେ ଗତକାଲି ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ .ଏହା ପରେ ସେମାନେ ଜାଣିବାକୁ ପାଇଥିଲେ ମଧ୍ୟାହ୍ନ ଭୋଜନ ରେ ମୂଷା ପଡିଥିବାର.ମୂଷା ପଡିଥିବା ଜାଣିବା ପରେ ଛାତ୍ର ଛାତ୍ରୀ ମାନେ ଅବଶିଷ୍ଟ ଖାଦ୍ୟ ଖାଇ ନଥିଲେ . କିନ୍ତୁ ଆଜି 19 ଜଣ ଛାତ୍ର ଛାତ୍ରୀ ଙ୍କର ପେଟ କାଟିବାକୁ ଲାଗିଥିଲା , ପିଲାମାନେ ଅସୁସ୍ଥତା ହେବା ଯୋଗୁଁ ସ୍କୂଲ ଶିକ୍ଷକ ଏବଂ ଅଭିଭାବକ ମାନେ ଭଦ୍ରକ ଡାକ୍ତର ଖାନା ଆଣିଥିଲେ . ବର୍ତମାନ ପିଲାମାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ , ଭଦ୍ରକ ଉପଜ଼ିଲ୍ଲାପାଳ ମେଡିକାଲ କୁ ଆସି ଅସୁସ୍ଥ ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଛନ୍ତି
Report Ramesh Nayak
