୨୦/୨/୨୦ (ସନ୍ଧାନ ନିଉଜ) : ମଧୁମେହରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟରେ ରହିଛି ଅନେକ କଟକଣା। ଡାକ୍ତରମାନେ ପରାମର୍ଶ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣ। ଏ ମଧ୍ୟରେ ରହିଛି ଦୈନିକ ବ୍ୟାୟାମ ଓ ଚାଲିବା। ଏହି ରୋଗୀଙ୍କ ପାଇଁ ରାତ୍ରିଭୋଜନ ପରେ ଦୈନିକ ୧୦ ମିନିଟ ଚାଲିବା ଭଲ।
ମଧୁମେହ ରୋଗୀଙ୍କ ପାଇଁ ଚଳିବାର ପ୍ରକୃଷ୍ଟ ସମୟ ହେଲା ଖାଇବା ପରେ। ଖାଇବାର ଘଣ୍ଟାଏ ନଚେତ ଦୁଇ ଘଣ୍ଟା ପରେ ଶରୀରର ଇନ୍ସୁଲିନ ଓ ରକ୍ତ ଶର୍କରାର ମାତ୍ରା କମ୍ ହୋଇ ଯାଇଥାଏ। ଟାଇପ୍-୧ ରୋଗୀଙ୍କୁ ସକାଳେ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଥାଏ। ଏପରି କଲେ ଦିନସାରା ଶରୀରରେ ଉତ୍ପନ୍ନ ହେଉଥିବା ଇନ୍ସୁଲିନ୍ ମାତ୍ରାକୁ ଅଧିକ ହେବାକୁ ଦିଏନାହିଁ। ସେହିପରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ସପ୍ତାହକୁ ପାଞ୍ଚଦିନ ଏଭଳି ଚଲାବୁଲା କରିବା ଭଲ ବୋଲି ଆମେରିକା କଲେଜ ଅଫ୍ ସ୍ପୋଟର୍ସ ଆଣ୍ଡ ମେଡିସିନ୍ ଓ ଆମେରିକା ଡାଇବେଟିସ୍ ଆସୋସିଏଶନ ପକ୍ଷରୁ ପରାମର୍ଶ ଦିଆଯାଇଛି।


