ମଞ୍ଜୁରୀରୋଡରେ କୁକୁରର ଆତଙ୍କ: ୧୫ରୁ ଊର୍ଦ୍ଧ୍ଵ ବ୍ୟକ୍ତି ଆହତ

Spread the love

ମଞ୍ଜୁରୀରୋଡ, ୨୨/୧୦ (ସନ୍ଧାନ ନିୟୁଜ) : ଭଦ୍ରକ ଭଣ୍ଡାରିପୋଖରୀ ବ୍ଳକ ମଞ୍ଜୁରୀରୋଡ ଅଞ୍ଚଳରେ ମଙ୍ଗଳବାର ସକାଳୁ ୨ଟି କୁକୁରର ଆତଙ୍କ ଦେଖିବାକୁ ମିଳିଛି। ଆଜି ସକାଳୁ ଦୁଇଟି କୁକୁର  ଗୋଡାଇ ଗୋଡାଇ ୧୫ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କାମୁଡି ଆହତ କରିଥିବା ଜଣାଯାଇଛି।ସୂଚନାଯୋଗ୍ୟ, ଆଜି ସକାଳୁ ମଞ୍ଜୁରୀରୋଡ ଅଞ୍ଚଳରେ ୨ଟି ବୁଲା କୁକୁର ଯାହାକୁ ଦେଖିଥିଲେ ତାକୁ କାମୁଡିବା ପାଇଁ ଗୋଡାଇଥିଲେ। କୁକୁରଙ୍କ ଏହି ଆତଙ୍କ ଦେଖି ଗ୍ରାମବାସୀ ଭୟଭୀତ ହୋଇ ଘରେ ପଶି ଯାଇଥିଲେ।ସେହିପରି ମଞ୍ଚରୀରୋଡ ଅଞ୍ଚଳରେ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିବା ବେଳେ ଏହି ବୁଲା କୁକୁର ଦଉଡି ଆସି ତାଙ୍କୁ କାମୁଡିବା ସହିତ ମାଂସ ପୁଳାଏ ନେଇ କ୍ଷତାକ୍ତ କରି ଦେଇଥିଲା। ଏହାକୁ ଦେଖି ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଗ୍ରାମରେ କୁକୁରଙ୍କ ଏହି ଆତଙ୍କ ଦେଖି ଘରୁ କେହି ବାହାରୁ ନାହାନ୍ତି। ଅନେକ ଘରେ ତାଟି କବାଟ ପକାଇ ରହିଛନ୍ତି। ଯାହାର କିଛି ଜରୁରୀ କାମ ରହିଛି ସେହି ଲୋକମାନେ ହାତରେ ବାଡ଼ି ଧରି ଘରୁ ବାହାରକୁ ବାହାରୁଛନ୍ତି।

Report- R Nayak

Related Posts

About The Author

Add Comment