ମଙ୍ଗଳପୁର ବଜାରର ଟ୍ରାଫିକ ସମସ୍ୟା ଦୂର ହେବ କେବେ ?

Spread the love

ଯାଜପୁର ସଦର, ୧୪/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ମଙ୍ଗଳପୁର ବଜାର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏହି ବଜାରରେ ଟ୍ରାଫିକ ସମସ୍ୟା ଏବେ ମୁଖ୍ୟ ସମସ୍ୟା ଭାବେ ଜନସାଧାରଣ ମାନଙ୍କ ଚିନ୍ତା ବଢ଼ାଇଛି ଜ୍ଝ ଏହି ବଜାର ଉପରେ ଯାଜପୁର ସମେତ ପଡ଼ୋଶୀ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣ ନିର୍ଭର କରିଥାନ୍ତି ଜ୍ଝ ଏହି ବଜାରକୁ ପ୍ରତିଦିନ ପ୍ରାୟ ୫୦ ହଜାରେ ଜନସାଧାରଣ ନିଜର ବିଭିନ୍ନ କାର‌୍ୟ୍ୟ ପାଇଁ ଆସିଥାନ୍ତି ଜ୍ଝ ଏହି ବଜାରରେ ୪ ଟି ଜାତୀୟ କରଣ ବ୍ୟାଙ୍କ ରହିଥିବା ବେଳେ ୫ ଟିରୁ ଉର୍ଦ୍ଧ ଘରୋଇ ବ୍ୟାଙ୍କ ରହିଛି ଜ୍ଝ ମଙ୍ଗଳପୁର ମହିଳା ମହାବିଦ୍ୟାଳୟ ରହିଥିବା ବେଳେ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ମଧ୍ୟ ରହିଛି ଜ୍ଝ ସେହିପରି ୫ ଟିରୁ ଉର୍ଦ୍ଧ ବେସରକାରୀ ଇଂଲିଶ ମିଡ଼ିଅମ ସ୍କୁଲ ରହିଛି ଜ୍ଝ ମଙ୍ଗଳପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଟିଏ ନର୍ସିଙ୍ଗ କଲେଜ, ଗୋଟିଏ ସପିଙ୍ଗ ମଲ ଓ ସବ ରେଜିଷ୍ଟର ଅଫିସ ମଧ୍ୟ ରହିଛି ଜ୍ଝ ବିଭିନ୍ନ କମ୍ପାନୀର ୫ ରୁ ଉର୍ଦ୍ଧ ୨ ଚକିଆ ସୋରୁମ ରହିଥିବା ବେଳେ ନୂଆକରି ସରକାରୀ ବସ ଷ୍ଟାଣ୍ଡ ଟିଏ ମଧ୍ୟ ରହିଛି ଜ୍ଝ ପ୍ରତିଦିନ ପ୍ରାୟ ୫ ହଜାରେରୁ ଉର୍ଦ୍ଧ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଏହି ବଜାର ରାସ୍ତା ଦେଇ ସ୍କୁଲ କଲେଜ ଯାଇଥାନ୍ତି ଜ୍ଝ କୟାଁଗୋଲା – ପାରିପଦା -ବଡକୁଆଁଲ -ଆଖଣ୍ଡଳମଣି ଆଦି ସ୍ଥାନରୁ ପ୍ରତେହ ମଙ୍ଗଳପୁର ଦେଇ କଟକ ଭୁବନେଶ୍ୱରକୁ ପ୍ରାୟ ୨୦ ରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ବସ ଯାତାୟତ କରୁଛି ଜ୍ଝଏହି ବଜାରରେ ଛୋଟ ବଡ଼ ପ୍ରାୟ ୧୨ ସହରୁ ଉର୍ଦ୍ଧ ଦୋକାନ ରହିଛି ଜ୍ଝ ମଙ୍ଗଳପୁର ବଜାରରେ ବିଭିନ୍ନ ସମସ୍ୟା ପାଇଁ ଏହି ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ, ଛାତ୍ର ଯୁବକ ମାନଙ୍କ ସମେତ ବିଭିନ୍ନ ରାଜ ନୈତିକ ଦଳର ନେତା ଓ କର୍ମୀ ମାନେ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା ଦେଇଥାନ୍ତି ଜ୍ଝ ଏହା ଦ୍ୱାରା ବିଭିନ୍ନ ସମୟରେ ମଙ୍ଗଳପୁର ବଜାରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ମଧ୍ୟ ପଦକ୍ଷପ ନେଇଥାନ୍ତି ଜ୍ଝ ହେଲେ ଏହି ବଜାରରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଅନେକ ସମୟରେ ଜରୁରୀ କାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ ଓ ଦମକଳ ଗାଡି ଗୁଡିକ ମଧ୍ୟ ଟ୍ରାଫିକ ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଗୁରୁତର ରୋଗି ମାନେ ମଧ୍ୟ ମୃତ୍ୟୁ ମୁଖର ଶିକାର ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ଜ୍ଝ ଟ୍ରାଫିକ ସମସ୍ୟା ପାଇଁ ସାଧାରଣ ଲୋକେ କେବଳ ମଙ୍ଗଳପୁର ପୋଲିସ ଦୋଷ ଦେଇ ଚୁପ ରହିବା ଛଡା ଆଉ କିଛି ଉପାୟ ପାଇନଥାନ୍ତି ଜ୍ଝ ପୋଲିସ ଦୋଷ ଦେବାର କାରଣ ପୋଲିସ ସଠିକ ଭାବେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉନାହିଁ ଜ୍ଝ ପ୍ରକୃତ ପକ୍ଷେ ଏହି ବଜାରର ଆୟତନକୁ ଲକ୍ଷ କଲେ ପୋଲିସ ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ନୁହେଁ ଜ୍ଝ ବାସ୍ତବ ସ୍ଥିତି ଦେଖିଲେ ମଙ୍ଗଳପୁର ବଜାରରେ ଥିବା ଅଧିକାଂଶ ଦୋକାନ ଘର ଗୁଡିକ ବଜାର ମଧ୍ୟ ଦେଇ ଯାଇଥିବା ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ବେଳେ ଦୋକାନ ଆଗରେ ପାର୍କିଙ୍ଗ ସ୍ଥାନ ନଥିବାରୁ ବଜାର ଜାମ ହୋଇଥାଏ ଜ୍ଝ ଦୋକାନକୁ ଆସୁଥିବା ଗ୍ରାହକ ମାନେ ଦୋକାନରୁ ଜିନିଷ କିଣିବାକୁ ଯିବା ସମୟରେ ନିଜର ବାଇକ, ଅଟୋ ଓ କାର ଗୁଡିକ ଦୋକାନ ଆଗରେ ରଖି ଜିନିଷ ପତ୍ର କିଣିବା ଦ୍ୱାରା ବଜାର ଜାମର ମୁଖ୍ୟ କାରଣ ସାଜିଥାଏ ଜ୍ଝ ମଙ୍ଗଳପୁର ବଜାର ସମ୍ପ୍ରସାରଣ କରିବା ପାଇଁ ଆଜକୁ ପ୍ରାୟ ୧୦ ବର୍ଷ ହେବ ଅଞ୍ଚଳବାସୀ ମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜନେତା କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ମାନେ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଜ୍ଝ ବଜାର ସମ୍ପ୍ରସାରଣ ହେଲେ ବଜାରରେ ଥିବା କେତେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ବ୍ୟକ୍ତି ମାନଙ୍କ ଦୋକାନ ଗୁଡିକ ଭାଙ୍ଗିବା ସହ ସେମାନଙ୍କର ଜାଗା ରାସ୍ତାରେ ପଳେଇଯିବାକୁ ଥିବାରୁ ଏହି ବଜାର ସମ୍ପ୍ରସାରଣ କାର‌୍ୟ୍ୟରେ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ପ୍ରଶାସନ ଉପରେ ଚାପ ପକେଇବା ପାଇଁ ପଛଘୁଞ୍ଚା ଦେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ଜ୍ଝ ପୂର୍ବରୁ ବିଜେଡି ସରକାରରେ ଥିବା ସମୟରେ ଅନ୍ୟ କେତେକ ରାଜ ନୈତିକ ଦଳର ନେତା ମାନେ ବଜାର ସମ୍ପ୍ରସାରଣକୁ ନେଇ ବିଜେଡି ନେତାଙ୍କ ଆନ୍ତରିକତା ନଥିବା ନେଇ ଦୋଷ ଦେଇ ଆସୁଥିବା ବେଳେ ବର୍ତ୍ତମାନ ପ୍ରାୟ ୨ ବର୍ଷ ହେବ ସରକାର ବଦଳି ଥିଲେ ମଧ୍ୟ ମଙ୍ଗଳପୁର ବଜାରର ଟ୍ରାଫିକ ସମସ୍ୟା ଯାହା ଥିଲା ସେଇଆ ଅଛି ବରଂ ଦିନକୁ ଦିନ ଅଧିକ ଟ୍ରାଫିକ ସମସ୍ୟା ଦେଖା ଦେଇଛି ଜ୍ଝ ସେହିପରି ମଙ୍ଗଳପୁର ବଜାରକୁ ସୁରକ୍ଷା ଦେବା ପାଇଁ ମଙ୍ଗଳପୁର ବଜାର ପଛ ଦିହୁଡିସାହି ଠାରୁ କରାଣ୍ଡିପୁର ପର‌୍ୟ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ କରାଗଲା ଜ୍ଝ ଆଶା ଥିଲା ଏହି ବାଇପାସ ରାସ୍ତା ନିର୍ମାଣ କାର‌୍ୟ୍ୟ ଶେଷ ହେଲେ ମଙ୍ଗଳପୁର ବଜାରରେ ଆଉ ଟ୍ରାଫିକ ସମସ୍ୟା ଦେଖା ଦେଵ ନାହିଁ ଜ୍ଝ ବାଇପାସ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯିବା ସହ ରାସ୍ତା କାର‌୍ୟ୍ୟ ଆରମ୍ଭ ହେଲା ଜ୍ଝମାତ୍ର କିଛି ଛୋଟ ଛୋଟ କାରଣ ପାଇଁ ଆଜି ପର‌୍ୟ୍ୟନ୍ତ ବାଇପାସ ରାସ୍ତା ନିର୍ମାଣ କାର‌୍ୟ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିବା ବେଳେ ଅସମ୍ପୂର୍ଣ୍ଣ ହୋଇ ଏବେ ଏହି ବାଇପାସ ରାସ୍ତା ପଡ଼ିରହିଛି ଜ୍ଝ ଏହି ରାସ୍ତା ଦେଇ ଖୋଦ ଜିଲ୍ଲାପାଳ, ଏସପି, ଲୋକ ପ୍ରତିନିଧି, ବିଧାୟକ, ସାଂସଦ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ମାନେ ଯିବା ସମୟରେ ମଧ୍ୟ ଟ୍ରାଫିକ ଜାମରେ ଶିକାର ହେଉଥିଲେ ମଧ୍ୟ ମଙ୍ଗଳପୁର ବଜାରରେ କିପରି ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ସେଥିପ୍ରତି କେହି ଆନ୍ତରିକତା ପ୍ରକାଶ ନକରିବାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି ଜ୍ଝ ସେହିପରି ବଜାର ମଧ୍ୟଦେଇ ଅନେକ ସମୟରେ ବିଭାଘର, ବ୍ରତଘର ଓ ଠାକୁର ଭଷାଣି ପାଇଁ ବଜାର ଭିତର ଦେଇ ବିନା ପରିମିସନରେ ଡିଜେ,ବ୍ରାସ ବଜାଇ ଯିବା ଦ୍ୱାରା ମଧ୍ୟ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ, ଦମକଳ ଗାଡି ଓ ଜନସାଧାରଣ ମାନେ ଟ୍ରାଫିକ ଜାମର ଶିକାର ହେଉଥିବା ନେଇ ଅଭିଯୋଗ ହୋଇଛି ଜ୍ଝ କିପରି ମଙ୍ଗଳପୁର ବଜାରର ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ସେଦିଗରେ ପଦକ୍ଷପ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି ଜ୍ଝ

Related Posts

About The Author

Add Comment