ମଙ୍ଗଳପୁର ପଣ୍ଡା ସାହିରେ ଭାଗବତ ସପ୍ତାହ

Spread the love

ଯାଜପୁର ସଦର,  ୨୯/୩/୨୬  (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତସ୍ତ ମଙ୍ଗଳପୁର ପଣ୍ଡାସାହି ଗ୍ରାମରେ ଶୁକ୍ରବାର ଠାରୁ ଜଗନ୍ନାଥ ଭାଗବତ ସପ୍ତାହ ଆରମ୍ଭ ହୋଇଛି | ଶୁକ୍ରବାର ପ୍ରଥମ ଦିନରେ ପ୍ରମୋଦ କୁମାର ପଣ୍ଡାଙ୍କ ପାଳି ରହିଥିବା ବେଳେ ସହ ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା ହୋଇଥିଲା | ଏହି ଅବସରରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ପୂର୍ବତନ ବ୍ଲକ ଅଧକ୍ଷ ରମେଶ ଚନ୍ଦ୍ର ସାମଲ, ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ ନାୟକ,ମଙ୍ଗଳପୁର ବଜାର କମିଟି ସଭାପତି ଅକ୍ଷୟ ପାତ୍ର,ମନୋରଞ୍ଜନ ମଲ୍ଲିକ, ସଞ୍ଜୟ ରାୟ, ପୂର୍ଣଚନ୍ଦ୍ର ରାଉତ, ଆଲୋକ ବିଶ୍ୱାଳ, ଜଗନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ଠାକୁରଙ୍କ ଦର୍ଶନ କରିଥିଲେ | ଏଥିରେ ଗ୍ରାମର ଦୁର୍ଯ୍ୟଧନ ନାୟକ ସଂକଳ୍ପ କରିଥିବା ବେଳେ ପୂଜକ ତୁଷାର କାନ୍ତ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି |୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଭାଗବତ ସପ୍ତାହ କାର୍ଯ୍ୟକ୍ରମକୁ କାର୍ଯ୍ୟକର୍ତ୍ତା ବିଶ୍ୱନାଥ ପଣ୍ଡା, ଶୈଳେନ୍ଦ୍ର ନାୟକ, ଏକନ ପଣ୍ଡା, ଦେବେନ୍ଦ୍ର ନାୟକ,ପ୍ରମୋଦ କୁମାର ପଣ୍ଡା, ଧୀରେନ୍ଦ୍ର ନାୟକ, ସନ୍ତୋଷ ପଣ୍ଡା, ବିଭୁତି ଭୂଷଣ ପଣ୍ଡା ପ୍ରମୁଖଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରୁଥିବା ନେଇ କମିଟି ପକ୍ଷରୁ କୁହାଯାଇଛି |

Related Posts

About The Author

Add Comment