ଭୋଟର ତାଲିକା ରୁ ବିସ୍ଥାପିତ ବିଦା,ଭୋଟ ଦାନ ରୁ ବଞ୍ଚିତ 

Spread the love
ଯୋଡା, ୪/୨/୨୬ (ସନ୍ଧାନ ନ୍ୟୁଜ)  କେନ୍ଦୁଝର  ଜିଲ୍ଲା ଯୋଡା ବ୍ଲକ୍ ରେ ନିର୍ମାଣ ଧିନ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବନ୍ଧ ଯୋଜନା କାନପୁର ଶେଷ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ନଦୀ ବନ୍ଧ ପାଇଁ ୧୬ ଗୋଟି ବୁଡ଼ି ଗ୍ରାମ ର ଲୋକେ ବିସ୍ଥାପିତ ହୋଇଛନ୍ତି ।ବିସ୍ଥାପିତ ଗ୍ରାମ ଗୁଡ଼ିକ ହେଲା,ଚମକ୍ ପୂର୍,ରେଭେନ୍ସା ପୁର (କ), ଓ(ଖ), ରୁଗୁଡି,ମୁରୁସୁଆଁ,ଧୋବା କୁଚୁଡ଼।,ହରିହରପୁର,ଶଙ୍କରପୁର, କଣ୍ଡର।,ବାସୁଦେବପୁର,ଗୋବିନ୍ଦ ପୁର,ବିରିକଳ।, ଦଡୁଆଁ, ବିଲେଇ ପଦ।,ଲହଣ୍ଡ।,ବଳଭଦ୍ରପୁର   ।ଏହି ଗ୍ରାମ ଗୁଡିକରେ ପ୍ରାୟ ୩୮୦୦ ପରିବାର  ବିସ୍ଥାପିତ ଭାବେ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୮୦୦ ପରିବାର ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିସ୍ଥାପିତ କଲୋନୀରେ ଥଇଥାନ ହୋଇ ଥିବା ବେଳେ ଅଧିକାଂଶ ପରିବାର ବିସ୍ଥାପିତ କ୍ଷତିପୂରଣ ପାଇବା ପରେ  ନିଜସ୍ଵ ଗୃହ ନିର୍ମାଣ କରି ଅନ୍ୟତ୍ର ବସବାସ କରୁଛନ୍ତି ।ବିସ୍ଥାପିତ ଙ୍କ ଥଇଥାନ ଓ ଅନ୍ୟାନ୍ୟ କ୍ଷତିପୂରଣ ,ବିସ୍ଥାପିତ ସହାୟତା ରାଶି,୧୮ ବର୍ଷ ପୁଅ ଝିଅ ଙ୍କ ସର୍ଭେ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ନାହିଁ ।ପ୍ରକଳ୍ପ ପକ୍ଷରୁ ଏହାର ନିୟମିତ ସର୍ଭେ କାର୍ଯ୍ୟ ଚାଲିଛି ।ବିସ୍ଥାପିତ ମାନେ ଅନ୍ୟତ୍ର ରହୁଥିଲେ ହେଁ ବିସ୍ଥାପିତ ଗ୍ରାମ ଗୁଡିକରେ ନିର୍ବାଚନ ସମସ୍ୟାରେ ଭୋଟ ଦେଇ ଆସୁଥିଲେ । ଗତ ୨୦୨୪ ସାଧାରଣ ନିର୍ବାଚନ ରେ ଅନ୍ୟତ୍ର  ରହୁଥିବା ବିସ୍ଥାପିତ ପରିବାର ଙ୍କ ନାମ ଭୋଟର ତାଲିକା ରୁ ବାଦ୍ କରି ଦିଆ ଯାଇଥିବା ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି । ଏ ନେଇ ଦଡୁଆଁ ଗ୍ରାମ ର ବିସ୍ଥାପିତ ନଟବର ବେହେରା, ପ୍ରସନ୍ନ ବେହେରା,ବିର।ଙ୍ଗ ତୀରିଆ,ଶାନ୍ତିଲତା ତିରିଆ,ଜଇପାଲ ତିରୀଆ ପ୍ରମୁଖ କହିଛନ୍ତି ଯେ,ଭୋଟର ତାଲିକା ସର୍ଭେ ସମୟରେ ସର୍ଭେ କରୁଥିବା ଅଧିକାରୀ ମାନେ ବୁଡ଼ି ଅଞ୍ଚଳରେ  ଘର ନ ଥିବା ଦର୍ଶାଇ ଭୋଟର ତାଲିକା ରୁ ବାଦ୍ ଦେଇ ଦେଲେ ।ପରେ ନିୟମ ଅନୁଯାୟୀ ବିସ୍ଥାପିତ ମାନେ ନୂତନ ସ୍ଥାନରେ ଭୋଟର ତାଲିକା ରେ ନାମ ପଞ୍ଜିକରଣ କଲା ବେଳେ ସେମାନଙ୍କ ଦରଖାସ୍ତ ନାକଚ ହୋଇ ଯାଉଛି । ଏ ସମ୍ପର୍କରେ ବିସ୍ଥାପିତ  ମାନେ କହିଛନ୍ତି ଯେ,ଭୋଟର ତାଲିକା କୁ ନୂତନ ଜାଗା କୁ ସ୍ଥାନାନ୍ତରିତ ବା ପରିବର୍ତ୍ତନ କରିବାର ଯେଉଁ ନିୟମ ରହିଛି ତାହା ବି ଏଲ ଓ ମାନଙ୍କ ଦ୍ଵାରା କରା ନ ଯାଇ ୨୦୨୪ ମସିହା ଭୋଟର ତାଲିକା ରୁ ବିସ୍ଥାପିତ ମାନଙ୍କୁ ବାଦ୍ କରାଯାଇଛି ।ଯାହାଦ୍ଵାରା କି ବିସ୍ଥାପିତ ମାନେ ଭୋଟର ତାଲିକା ରେ ନାମ ନ ଥିବାରୁ ବିଭିନ୍ନ ସରକାରୀ ଅନୁଦାନ,ସରକାରୀ ସୁବିଧାରୁ ବଂଚିତ ହେଉ ଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ କାନପୁର ଜଳ ସେଚନ ପ୍ରକଳ୍ପ ର ନିର୍ଦେଶକ ନଗେନ୍ଦ୍ରନାଥ ମାଝୀ କହିଛନ୍ତି ଯେ,ବିସ୍ଥାପିତ ମାନେ ରହୁଥିବା ସ୍ଥାନ କୁ ଭୋଟର ତାଲିକା କୁ ସ୍ଥାନାନ୍ତରିତ କରିବା ପାଇଁ ବିସ୍ଥାପିତ ମାନଙ୍କୁ ସୂଚନା ଦିଆ ଯାଇଛି । ଏ ନେଇ ଚମକ୍ ପୁର ପୂର୍ବତନ ସରପଞ୍ଚ ପ୍ରଭାକର ନାଏକ କହିଛନ୍ତି ଯେ,ଭୋଟର ତାଲିକା ରୁ ବିସ୍ଥାପିତ ମାନେ  ବାଦ୍ ପଡ଼ିବ। ପରେ ୨୦୨୪ ମସିହାରୁ  ଭୋଟ ଦେବାରୁ ବଞ୍ଚିତ ହେଲେଣି,।ବିଭିନ୍ନ ସରକାରୀ ଯୋଜନା ରୁ ସେମାନେ ବାଦ୍ ପଡିଛନ୍ତି ।ଭୋଟର ତାଲିକା ପଞ୍ଜିକରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନାହିଁ । ତେଣେ ଯୋଡା ବିଡ଼ିଓ ଡେନିସ ବେହେରା କହିଛନ୍ତି ଯେ,ଭୋଟର ମାନେ ବିସ୍ଥାପିତ ହେଲେ କିମ୍ବା ସ୍ଥାନ ପରିବର୍ତ୍ତନ କଲେ ନିୟମ ଅନୁଯାୟୀ ଫର୍ମ ପୂରଣ କରି ସ୍ଥାନାନ୍ତରିତ ପାଇଁ  ଆବେଦନ କରି ପାରିବେ ଏବଂ ସର୍ଭେ ସମୟ ରେ କେହି ନାମ କାଟି ପାରିବେ ନାହିଁ । ଏ ନେଇ ଯୋଡା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାଏକ କହିଛନ୍ତି ଯେ,ଖୁବ୍ ଶୀଘ୍ର ସ୍ଥାନୀୟ ସରପଞ୍ଚ, ବୁଥ ଲେଭେଲ ଅଧିକାରୀ,ମାନଙ୍କ ସହିତ ଆଲୋଚନା କରାଯାଇ ବିସ୍ଥାପିତଙ୍କ ଭୋଟର ତାଲିକା ରୁ ବାଦ୍ ସମସ୍ୟାର ସମାଧାନ କରାଯିବ ।

Related Posts

About The Author

Add Comment