ଭୋକିଲା ନାକାଳକ ଶ୍ରମଜିବୀଙ୍କ ନିକଟରେ ପହଞ୍ଚିଲା ଖାଦ୍ୟ

Spread the love

ଯାଜପୁର, ୧୭/୦୪ (ସନ୍ଧାନ ନିଉଜ), ବୈତରଣୀ ରୋଡ୍ ରେଲୱ ଷ୍ଟେସରେ ଠିକା କାମ କରିବାକୁ ଆସି ଭୋକ ଉପବାସରେ ରହିଥିବା ଶ୍ରମିକ ମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପଞ୍ଚାୟତ ପକ୍ଷରୁ ଦିଆଯିବା ଦେଖିବାକୁ ମିଳିଛି । ଗତ କାଲି କରୋନା ଲକ୍ଡାଉନ୍ ପାଇଁ ମୟୁରଭଞ୍ଜ ଜିଲ୍ଲାର ୨ ଜଣ ନାବାଳକ ସହ ୪ ଜଣ ଶ୍ରମିକ ଭୋକ ଉପବାସରେ ବୈତରଣୀ ରୋଡ ଷ୍ଟେସରେ ପଡିରହିଥିବା ପ୍ରକାଶ ପାଇଥିଲା । ଏହାର ପ୍ରବାଭ ଆଜି ଦେଖିବାକୁ ମିଳିଛି । କରୁଣ୍ଡାଇ ଗ୍ରାମପଞ୍ଚାୟତର ସରପଞ୍ଚ ସୈାଭାଗ୍ୟ କୁମାର ମହାନ୍ତି ଆଜି ଏହି ଶ୍ରମଜିବି ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସୁଖିଲା ଖାଦ୍ୟ ସାମଗ୍ରି ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଶ୍ରମିକ ମାନଙ୍କୁ ରେଲସ୍ୱ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଗ୍ରାମରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇ ପାରିଲେ ଶ୍ରମିକ ମାନେ ସୁସ୍ଥରେ ଜୀବନ ଯାପନ କରିପାରିବେ ବୋଲି ଶ୍ରମଜିବୀ ମାନେ ଦାବି କରିଛନ୍ତି । ସୁଚନାଯୋଗ୍ୟ- ଇଷ୍ଟକୋଷ୍ଟ ରେଲତ୍ୱ ବୈତରଣୀ ରୋଡ୍ ରୋଲୱ ଷ୍ଟେସରେ ଠିକାଦାର ଅଧିନରେ କାର୍ଯ୍ୟକରିବାକୁ ଆସିଥିବା ୨ଜଣ ଜଣ ନାବାଳକ ସମେତ୪ଜଣ ଶ୍ରମିକ କାମବନ୍ଦ ଥିବାରୁ ଭୋକ ଉପବାସରେ ନିଜ ଗ୍ରାମ ମୟୁରଭଞ୍ଜ ଯିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲା କପିପଦା ଥାନା ଇଟାଗଦା ଗ୍ରାମର ନାବାଳକ ଲକ୍ଷ୍ମଣ ସୁରେନ(୧୪)ବର୍ଷ ,ଜିଲ୍ଲାର ଉଦଳା ଥାନା ଜତିକାଦେଇପୁର ଗ୍ରାମର ନବାଳକ ବାଦଲ ମାରଡି (୧୪)ବର୍ଷ ଏବଂ ଉକ୍ତ ଜିଲ୍ଲାର କପ୍ତିପଦା ଥାନା ଇଟାଗଦା ଗ୍ରାମର ଚକ୍ରଧର ବାସକେ(୨୭) ବର୍ଷ ଓ ଉଦଳା ଥାନା ସୁସୁରାମ ପୁର ଗ୍ରାମର ସୁନାରାମ ଟୁଡୁ (୩୦ ବର୍ଷ ବୈତରଣୀରୋଡ୍ ରେଲତ୍ô ଷ୍ଟେସନକୁ ଠିକା କାମ କରିବାକୁ ଆସିଥିଲେ । କାମ କରିବା ସମୟରେ କରୋନା ଲକ୍ଡାଉନ୍ ହେବା ଫଳରେ ନିଜ ଗ୍ରାମକୁ ଫେରି ନପାରି ଭୋକ ଉପବାସରେ ପଡି ରହିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment