ଭୋକିଲା ଗାଡି ଚାଳକ ମାନଙ୍କୁ ମାଗଣାରେ ଖାଇବାକୁ ଦେଲା ବୁଲା ଢ଼ାବା

Spread the love

ଚଣ୍ଡିଖୋଲ, ୩୦/୩(ସନ୍ଧାନ ନିୟୁଜ/ମାନସ ରାଉତ) ସମଗ୍ର ରାଜ୍ୟରେ କରୋନା ପାଇଁ କରାଯାଇଥିବା ଲକ ଡାଉନରେ ବାହାରକୁ ବାରିଆସିଥିବା ଲୋକମାନେ ଖାଦ୍ୟ ଏବଂ ପାନୀୟରେ ହଇରାଣ ହେଉଥିବା ଲକ୍ଷକରାଯାଇଛି । ଏପରକି ବିଭିନ୍ନ ପ୍ରନ୍ତରରୁ ଗାଡି ଚାଳକ ମାନେ ମାଲ ନେଇ ଆସୁଥିବା ବେଳେ ଖାଦ୍ୟ ଅଭାବର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କଂଟିଗଡିଆର ବୁଲା ଢ଼ାବର ମାଲିକ ଅରୁପା ନନ୍ଦ ଜେନା ଭୋକିଲା ଗାଡି ଚାଳକ ମାନଙ୍କୁ ମାଗଣାରେ ଖାଇବାକୁ ଦେଇଛନ୍ତି । ଭୋକିଲା ଚାଳକ ମାନେ ଖାଦ୍ୟ ଖାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି । ଲକ ଡାଉନ ନ ଉଠିବା ପ୍ରର୍ଯ୍ୟନ୍ତ ଆବଶ୍ୟକ ସ୍ଥଳେ ଖାଇବାକୁ ଯୋଗାଇଦେବେ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

Related Posts

About The Author

Add Comment