ଭେଡିସାହିରେ ବନ ସୁରକ୍ଷା ସଚେତନତା ଶିବିର

Spread the love

ଯାଜପୁର, ୩୦/୦୩ (ମାନ୍ୟୁଏ) ଯାଜପୁର ଜିଲ୍ଲା ବଡ଼ଚଣା ଥାନା ନିକଟବର୍ତ୍ତୀ ଦର୍ପଣ ପଂଚାୟତ ଅଧୀନସ୍ଥ ଭେଡିସାହି ଠାରେ ବନ ସୁରକ୍ଷା ସଚେତନତା ଶିବିର ଚଣ୍ଡିଖୋଲ ବନ ବିଭାଗ ଏବଂ ନଡ଼ିଆ ରାଣୀ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହେଇଯାଇଛି । ଚଣ୍ଡିଖୋଲ ବନ ପାଳ ଶଶିକାନ୍ତ ବେହେରାଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଆତ୍ମାର ଅଧକ୍ଷ ନିରଜନ ସେନାପତି, ମୁଖ୍ୟବକ୍ତା ଭାବେ ଭୁସୁଣ୍ଡୁପୁର ସରପଂଚ ଯଜାତି କେଶରୀ ରାଉତ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅନିଲ କୁମାର ଦାସ,୧୬ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା ବିନୋଦିନୀ ସାହୁ,୧୭ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁମତି ବାସ୍କେ, ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ ବିରୁ ମୁର୍ମୁ, କାଳୀଚରଣ ଟୁଡୁ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ଆମର ମୁଖ୍ୟ ସମ୍ପଦ, ସେହି ଆମର ଧାରଣ କର୍ତା, ଏବଂ ଏହାର ସୁରକ୍ଷା କରିବା ଆମର ପ୍ରଥମ ଦାୟିତ୍ୱ ବେଲି ମତ ଦେଇଥିଲେ । ଏହି ଅବସରରେ ଗ୍ରାମବାସୀ ଙ୍କ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହେବା ସହିତ ନୃତ୍ୟ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା କରାଯାଇଥିଲା । ଏହି ଅବସରରେ କଦଳା, ହରିଦାସପୁର ଜଙ୍ଗଲ ସୁରକ୍ଷା କମିଟି ସଭାପତି ମାନସ କୁମାର ରାଉତ ମଧ୍ୟ ଯୋଗଦେଇ ଗଳ୍ପ ମଧ୍ୟମରେ ଜଙ୍ଗଲ ସୁରକ୍ଷା କରିବା ଉପରେ ସଚେତନତା ସୃଷ୍ଟି କରିଥିଲେ । ଏହାକୁ ଚଣ୍ଡିଖୋଲ ବନସୁରକ୍ଷା କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Related Posts

About The Author

Add Comment