ଭୂତ ଙ୍କ ପାଇଁ ରାସନ୍ କାଡ, ଗରିବ ଲୋକେ ନିସହାୟ

Spread the love

 

ସୁନ୍ଦରଗଡ ତା:୨୩/୨/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ବିତିଯିବା ଉପରେ ଏକବର୍ଷ ହେଲେ ଆଜି ମଧ୍ୟ ଗରିବ ଶ୍ରେଣୀର ଲୋକେ ରାସନ୍ କାର୍ଡ ପାଇଁ ହଇରାଣ ହେବାର ଦେଖିବାକୁ ମିଳୁଛି ।ସୂଚନା ଅନୁସାରେ ଗରିବ ସାଧାରଣ ପରିବାରର ଲୋକ ଲୋନ ନେବାକୁ ଚାହୁଛନ୍ତି ତଥା ପରିବା ବିକ୍ରି କରୁଛନ୍ତି,ସେମାନେ ଇନକମ ଟେକସ୍ ଫାଇଲ କଲା ପରେ ସରକାର ତାଙ୍କର ରାସନ୍ କାଡ କାଟି ଦେଉଥିବା ଅଭିଯୋଗ ଆସୁଛି । ଇ – କେୱାଇସି ସମୟରେ ଆଜି ମଧ୍ୟ ଲୋକଙ୍କ କାର୍ଯ୍ୟ ନହେବା ସହିତ ଟୁଜି ନେଟୱର୍କ ଏବେ ମଧ୍ୟ ବ୍ୟବହାର କରୁଥିବା ସାଙ୍ଘାତିକ ଅଭିଯୋଗ ଆସୁଛି । ଦେଶ ତଥା ରାଜ୍ୟ ୫ଜି ସ୍ତରରେ ପହଞ୍ଚି ଥିବା ବେଳେ ସରକାର ସାଧାରଣ ଲୋକଙ୍କୁ ଭୁଆ ବୁଲାଉଥିବା ଅଭିଯୋଗ ଆସୁଛି।ବିଗତ ସମୟରେ ଫୁଡ୍ ସିକୁରିଟି ଆକ୍ଟ ଅନୁଯାୟୀ ଯୋଉ ମାନେ ହିତାଧିକାରୀ ଅଛନ୍ତି ସେମାନଙ୍କୁ ରାସନ୍ ମାଗଣା ଦିଆଯିବ ହେଲେ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ମୃତକ ଚିହ୍ନଟ ହେଲାପରେ ମଧ୍ୟ ଲୋକଙ୍କୁ ଭୂଆ ବୁଲାଇ ରାସନ୍ କାର୍ଡ ମିଳିବାରୁ ନ ଥିବା ଦେଖିବାକୁ ମିଳୁଛି । ଗରିବ ଲୋକଙ୍କୁ ରାସନ୍ କାଡ଼ ନ ଦେବା ପାଇଁ ଏକ ପ୍ରହସନ ଚାଲିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଖିବାକୁ ବାକି ରହିବ ଆଗାମୀ ଦିନରେ ରାସନ୍ କାର୍ଡର କଥାକୁ ନେଇ ସତ୍ୟତା କେବେ ସାମ୍ନାକୁ ଆସିବ ।

Related Posts

About The Author

Add Comment