ଭିଟାମିନ ଆଗ, ପେଟ୍ରୋକେମିକାଲ ପ୍ରକଳ୍ପ ପଛ: ନବଜ୍ୟୋତି

Spread the love

ବାରିପଦା/ବାଲେଶ୍ଵର – ୧୦/୭/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :-ଘାଟି ନୁହେଁ, ମାଟି ଚାହୁଁ । ୮୪ ମସିହାରେ ଏହି ସ୍ଲୋଗାନ୍ ଦେଇ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳବାସୀ ଯେଉଁ ସଂଗ୍ରାମ କରିଥିଲେ, ତାହା ସମଗ୍ର ଭାରତବାସୀ ଜାଣିଛନ୍ତି । ଲୋକଙ୍କ ଦୃଢ଼ ପ୍ରତିବାଦ ଫଳରେ ଏଠାରେ କ୍ଷେପଣାସ୍ତ୍ର ଘାଟି ସ୍ଥାପନ ହୋଇ ପାରିଲା ନାହିଁ । ଠିକ୍ ସେହିପରି ଆଉ ଏକ ସଂଗ୍ରାମ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି । ଏ ଅଞ୍ଚଳର ଶସ୍ୟଶ୍ୟାମଳା ଉର୍ବର ଜମିରେ ସୁନା ଫଳୁଥିବା ବେଳେ ସରକାର ପେଟ୍ରୋକେମିକାଲ ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପିତ୍ତି ନେଇଛନ୍ତି । ତେବେ ଲୋକଙ୍କ ଭିଟାମାଟି ଉଚ୍ଛେଦ କରି ପେଟ୍ରୋକେମିକାଲ୍ ପ୍ରକଳ୍ପକୁ ଏଠାରେ କୈାଣସି ପରିସ୍ଥିତିରେ କାର୍ୟ୍ୟକାରୀ କରାଇ ଦିଆଯିବ ନାହିଁ ଏବଂ ଏହି ସଂଗ୍ରାମରେ ସେ ସମ୍ମୁଖରେ ରହିବେ ବୋଲି ବାଲେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ବସ୍ତା ବ୍କକ ବାଲିଆପାଳ ସିମୁଳିଆ ଛକଠାରେ ଆୟୋଜିତ କଂଗ୍ରେସ କର୍ମୀ ବୈଠକରେ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ଏହା ପ୍ରକାଶ କରିବା ସହ ବାତ୍ୟା ଅମ୍ଫାନରେ କ୍ଷତିଗ୍ରସ୍ତ ଲୋକ , ପ୍ରବାସୀ ଓଡ଼ିଆଙ୍କ ପାଇଁ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶୃତି ଦେଇଥିଲେ । ଏହାଛଡା ନିକଟରେ ଚଉମୁଖ ଗାଁର ଜନୈକ। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଏବଂ ତାଙ୍କ ସ୍ବାମୀ ଜନ୍ମେଜୟ ପାତ୍ରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜାଣି ଶ୍ରୀ ପଟ୍ଟନାୟକ ଗଭୀର ଭାବେ ମର୍ମାହତ ହୋଇଥିଲେ । ମୃତ ଦମ୍ପତିଙ୍କ ଏକମାତ୍ର ପୁତ୍ରର ପାଠପଢ଼ା ଖର୍ଚ୍ଚ ସେ ବହନ କରିବେ ବୋଲି ଘୋଷଣା କରିଥିଲେ । ଏହି ବୈଠକରେ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ପୂର୍ବତନ ପିସିସି ସମ୍ପାଦକ ସଞ୍ଜୀବ ଗିରି , ବ୍ଲକ ସଭାପତି ସୁରେଶ ସେନାପତି , ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ସେନାପତି, ଜଗନ୍ନାଥ ବିଶ୍ବାଳ , ମୁରଲି ମୋହନ ସାହୁ , ମଧୁସୂଦନ ବାରିକ, ଦେବା କୁମାର ଦେ,ସନ୍ୟାସୀ ସାହୁ, ଲକ୍ଷ୍ମୀଧର ସାମନ୍ତଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment