ଭିଜିଲାନ୍ସ ହାତରେ ଧାରା ପଡ଼ିଲେ ବନ ବିଭାଗ କନିଷ୍ଠ କିରାଣୀ

Spread the love

ସୁନ୍ଦରଗଡ :୧୦ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ
କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା I ହାତୀ ଆକ୍ରମଣରେ ମୃତ ବାପାଙ୍କ କ୍ଷତିପୂରଣ ରାଶି କରେଇଦେବାକୁ ପୁଅ ଠାରୁ ଶ୍ରୀ ହୋତା ଲାଞ୍ଚ ନେଉଥିଲେ I ଭିଜିଲାନ୍ସ ଟିମ ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ୧୦ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି I ଭିଜିଲାନ୍ସ ଠାରୁ ମିଳିଥିବା ସୂତ୍ର ଅନୁଯାୟି ଅଭିଯାଗାକାରୀ ବାଲିଶଙ୍କରା ବ୍ଲକ ଦେଓଭୁବନପୁରର ପାତ୍ରାସ ବାର୍ଲାଙ୍କ ବାପା ଧର ବାର୍ଲା ୨୦୧୯ ରେ ହାତୀ ଆକ୍ରମଣରେ ପ୍ରାଣ ହରେଇଥିଲେ ମୃତକଙ୍କ ପରିବାରକୁ ମିଳିଥିବା ବନ୍ୟଜନ୍ତୁ ଆକ୍ରମଣଜନିତ କ୍ଷତିପୂରଣ ରାଶି ପାଇଁ ପୁଅ ପାତ୍ରାସ ବିଧିବଦ୍ଧ ଭାବେ ଆବେଦନ କରିଥିଲେ I କିନ୍ତୁ ବନଖଣ୍ଡ କାର୍ଯ୍ୟାଳୟର କିରାଣୀ ଶ୍ରୀକାନ୍ତ ହୋତା ଫାଇଲ କାର୍ଯ୍ୟ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ I

Related Posts

About The Author

Add Comment