ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ନିଧନ

Spread the love

ଭୁବନେଶ୍ୱର, ୦୯/୫/୨୦୨୧ (ସନ୍ଧାନ ନିଉଜ) : ପରଲୋକରେ ବିଶିଷ୍ଟ ଭାସ୍କର୍ଯ୍ୟ ପଦ୍ମବିଭୂଷଣ ଶିଳ୍ପୀ ରଘୁନାଥ ମହାପାତ୍ର। କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ତାଙ୍କର ପରଲୋକ ହୋଇଛି। ସ୍ଥାପତ୍ୟ କଳାରେ ଉତ୍କୃଷ୍ଟତା ପାଇଁ ସେ ୧୯୭୫ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଏଵଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଆଜି ଅପରାହ୍ନ ୩ଟା ୪୯ରେ ଚିକିତ୍ସିତ ଅବସ୍ଥାରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଗତ ଏପ୍ରିଲ ୨୨ରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁର ଦୁଃଖଦ ଖବର ଭୁବନେଶ୍ବର ଏମସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ପୁରୀ ପଥୁରିଆ ସାହିରେ ୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରଘୁନାଥ ମହାପାତ୍ର। ୧୪ ଜୁଲାଇ ୨୦୧୮ରେ ରାଜ୍ୟସଭାକୁ ସେ ନିର୍ବାଚିତ ହୋଇଥିଲେ।

Related Posts

About The Author

Add Comment