ଯାଜପୁର,ଜେନାପୁର, ୨/୨(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ମାତୃଭାଷାର ଉନ୍ନତି ପାଇଁ ଆଜୀବନ ସଂଗ୍ରାମ ଜାରି ରଖି ସରକାରୀ ସ୍ତରରେ କିଛି ପ୍ରଭାବ ପକାଇପାରିଥିବାରୁ ରାଜ୍ୟର ଅନେକ ଭାଷାଯୋଦ୍ଧାଙ୍କ ପରି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଅଞ୍ଚଳର ଜନୈକ ଭାଷା ଆନ୍ଦୋଳନକାରି ସାମାଜିକକର୍ମୀ ଓ ଉଦୀୟମାନ ଯୁବ ସାମ୍ବାଦିକ ସୁଶାନ୍ତ କୁମାର ଖଟୁଆଙ୍କୁ ଭୁବନେଶ୍ୱରସ୍ଥ ଜୟଦେବ ଭବନଠାରେ ‘ଭାଷା ଆନେ୍ଦାଳନ’ ଓଡିଶା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଏକ ସ୍ୱତନ୍ତ୍ର ଉସôବରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଏହି ସମ୍ବଦ୍ଧନା ପର୍ବରେ ଭାଷା ଆନେ୍ଦାଳନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ, ଆବାହକ ପବିତ୍ର ମହାରଥାଙ୍କ ସମେତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଭାଷାବିପ୍ଳବୀମାନେ ଅତିଥିରୂପେ ଯୋଗ ଦେଇଥିଲେ । ସେହିପରି ଉକôଳୀୟ କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଉଲ୍କେଖନୀୟ ଅବଦାନ ପାଇଁ ‘କଳାକାର ଓଡିଶା’ ତରଫରୁ ପ୍ରସିଦ୍ଧ ଓଳାଶୁଣି ପୀଠରେ ଶ୍ରୀ ଖଟୁଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏଥିରେ ବିଶିଷ୍ଟ ସମାଜସେବୀ ମଧୁସୂଦନ ଦାସ, ଉକôଳ ସମ୍ମିଳନୀର ରାଜ୍ୟ ସଭାପତି ଅଦ୍ୱୈତ ପାତ୍ର ଓ ସଂଗଠନର ସଭାପତି ସତ୍ୟବ୍ରତ ପୁହାଣ ପ୍ରମୁଖ ଅତିଥିରୂପେ ଉପସ୍ଥିତ ଥିଲେ । ଏଥିନେଇ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଭାଷା ଆନ୍ଦୋଳନକାରି ସୁଶାନ୍ତ କୁମାର ଖଟୁଆଙ୍କୁ ସମ୍ବର୍ଦ୍ଧନା
|
February 2, 2019 |