ଭାଲୁ ପ୍ରବଣ ଅଂଚଳରେ ଦୀର୍ଘବର୍ଷ ହେଲା ଜଳୁନି ଷ୍ଟ୍ରିଟ ଲାଇଟ

Spread the love

ଧର୍ମଶାଳା , ୧୯/୧୧ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଗାଁ ଆଲୋକିକରଣ ପାଇଁ ରାଜ୍ୟ ସରକାର ଅର୍ଥ କିସନଙ୍କ ପାଣ୍ଠିରୁ ବର୍ଷକୁ ବର୍ଷ କୋଟି କୋଟି ଟଙ୍କାର ବିନିଯୋଗ କରି ଗାଁ ମାନଙ୍କରେ ଆଲୋକ ବ୍ୟବସ୍ତା କରୁଛନ୍ତି । ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ପାଣ୍ଠିର ସଦବିନିଯୋଗ ହୋଇ ନପାରି ବାଟ ମାରଣା ହୋଇଥିବା କାରଣରୁ ଗାଁ ଗଣ୍ଡାରେ ଆଉ ବିଜୁଳିବତୀ ଜଳୁନାହିଁ । ଗାଁ ଆଲୋକିକରଣ ପାଇଁ ଲାଗିଥିବା ଲାଇଟି ଏବେ ଲିଭି ଗଲାଣି । ଗାଁ ଏବେ ସମ୍ପୁର୍ଣ୍ଣ ଅନ୍ଧାର ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ବା ପଂଚାୟତ କତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ । ଅଭିନବ ଉପାୟରେ ଲୁଟ ହେଉଛି ଏ ଯୋଜନାର ବରାଦି ଅର୍ଥ । ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଉପରଗଡ ଗାଁରେ । କେବଳ ବଳରାମପୁର ଉପରଗଡ ନୁହେଁ ମହିଶରା ପଂଚାୟତର ଡଙ୍କାରୀ ଶିବ ମନ୍ଦୀର ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । କେବଳ ପୋଲ ଓ ତାଉପରେ ଲାଇଟ ଷ୍ଟାଣ୍ଡ ରହିଥିବା ବେଳେ ନିମ୍ନ ମାନର ଉପକରଣ ବ୍ୟବହାର କାରଣରୁ ଏଗୁଡିକ ଏବେ ଅଚଳ ହୋଇ ପଡିଥିବା ଅଭିଯୋଗ ହୋଇଛି । ଧର୍ମଶାଳାର ପ୍ରାୟ ପ୍ରତେକ ପଂଚାୟତରେ ପୁର୍ବରୁ ଲାଗିଥିବା ଲାଇଟ ଗୁଡିକ ଅଚଳ ହୋଇପଡିଥିବା ସ୍ଥଳେ ଏବେ ସେହି ଖୁଣ୍ଟଗୁଡିକୁ ଛାଡି ଅନ୍ୟ ଖୁଣ୍ଟ ଗୁଡିକରେ ଲାଇଟ ଲାଗୁଛି । ଚତୁର୍ଥ ଓ ଚତୁଦର୍ଦଶ ଅର୍ଥ କମିସନଙ୍କ ପାଣ୍ଠିରୁ ଖର୍ଚ୍ଚକରି ଗାଁ ଆଲୋକିକରଣ କରିବା ପାଇଁ ଅର୍ଥ ସିଧା ସଳଖ ପଂଚୟତକୁ ଆସୁଛି । ନିୟମ ଅନୁସାରେ ଏହି ଅର୍ଥର ବିନିଯାଗ ପାଇଁ ପଂଚାୟତ ଟେଣ୍ଡର ମାଧ୍ୟମରେ ବିଦ୍ୟୁତ ବିଭାଗର ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦେବା କଥା । କିନ୍ତୁ ସେପରି କିଛି ହେଉନାହିଁ । ଯାଜପୁର ଜିଲାରେ ପୁର୍ବରୁ ପଂଚାୟତରେ ଲାଗିଥିବା ଲାଇଟ ବିରଜା କନଷ୍ଟ୍ରକସନ ଲଗାଇଥିଲା । ଚୁକ୍ତିନାମା ଅନୁଯାଇ ଏହି କମ୍ପାନୀ ଅବଧି ପୁର୍ବରୁ ଖରାପ ହୋଇ ପଡୁଥିବା ଲାଇଟର ମରାମତି ନକରି ଅଭିଯୋଗକୁ ଏଡାଉ ଯାଉଛି । ପଂଚାୟତରୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପାଇବାକୁ ଥିବା ବେଳେ ପଂଚୟତର ଅଧିକାରୀ ମାନେ ଟେଣ୍ଡର ନକରି ସଲାସୁତରାରେ ଏହି କାର୍ଯ୍ୟକୁ ଅଧିକ କମିସନ ଆଧାରରେ କାମକରିବାକୁ ଦଉଛନ୍ତି ବୋଲି ଅଭିଯୋଗ ହୁଏ । ଗାଁ ଅଲୋକିକରଣର ସବୁ ନିୟମକୁ ଦଳିମକଚି ଠିକାଦାର ୫ ବର୍ଷର ମରାମତି ଅବଧି ପୂର୍ବରୁ ଲାଇଟ ଖରାପ ହେଲେ ତାର ମରାମତି ନକରି ଛାଡି ଦେଉଛି । ଫଳରେ ଖରାପ ଲାଇଟ ଗୁଡିକ ଆଉ ମରାମତି ହୋଇ ନପାରି ସବୁଦିନ ଲାଗି ଅଚଳ ହୋଇ ପଡିରହୁଛି । ବଳରାମପୁର ଉପରଗଡ଼ ସମତଳ ଅଂଚଳଠାରୁ ୩୦୦ଫୁଟ ଉପରେ ଏକ ପାହାଡ ଉପରେ ଅବସ୍ଥିତ ଏକ ଗାଁ । ଏହି ଗାଁରେ ଶହେରୁ ଉଦ୍ଧ୍ୱର୍ ପରିବାର ବାସ କରୁଛନ୍ତି । ଏହି ଜଙ୍ଗଲରେ ଅନେକ ହିଂସ୍ର ଜିବଜନ୍ତୁ ବାସ କରୁଥିବା ବନ ବିଭାଗର ଅଧିକାରୀ ମାନେ କହୁଛନ୍ତି । ଏବେ ନିକଟରେ ଏହି ଗାଁରୁ ଏକ ଅସୁସ୍ତ ଭାଲୁକୁ ଗାଁ ଠାରୁ ଶହେ ମିଟର ଦୁରରେ ବନ ବିଭାଗ ଉଦ୍ଧାର କରି ତାର ଚିକିସôା ଜାରି ରଖିଛି । ଏଠାରେ ଥିବା ସ୍କୁଲ ନିକଟରେ ଲାଗିଥିବା ଷ୍ଟ୍ରିଟ ଲାଇଟଟି ଆଜକୁ ଦୀର୍ଘଦିନ ହେବ ଅଚଳ ହୋଇପଡିଥିବା ଗାଁ ଲୋକମାନେ ସ୍ୱିକାର କରିବା ସହିତ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି । ସ୍କୁଲ ଘରେ ଷ୍ଟାଣ୍ଡରେ ଲାଗିଥିବା ଲାଇଟ ଗୁଡିକ ନିକଟସ୍ଥ ସ୍କଲରେ ରଖାଯାଇଥିବା ଜନୈକ ଗ୍ରାମବାସୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ସେହିପରି ମହିଶରା ପଂଚାୟତର ଡଙ୍କାରୀ ଶିବ ମନ୍ଦୀର ପାଖରେ ଥିବା ଲାଇଟ ପୋଷ୍ଟଟି ଆଜକୁ ଅନେକଦିନ ଧରି ବନ୍ଦରହିଛି । ଧର୍ମଶାଳାର ସବୁ ପଂଚୟାତରେ ଉଣା ଅଧିକେ ଏହି ଅବସ୍ତା ଦେଖିବାକୁ ମିଳିବ । ତେବେ ଏବେ ପୁନର୍ବାର ପ୍ରତି ପଂଚୟତରେ ଲାଇଟ ସଂଯୋଗ କରାଯାଉଥିବାରୁ ବିଭିନ୍ନ କମ୍ପାନୀ ର ମାଲିକ ଓ ଏଜେଣ୍ଟ ମାନେ ପଂଚାୟତ କାର୍ଯ୍ୟନିର୍ବାହୀ ଓ ସଲୋକପ୍ରତିନିଧିମାନଙ୍କୁ ନାନା ଅକର୍ଷଣୀୟ ଉପହାରର ଲୋଭ ଦେଖାଇ ଲାଇଟ ସଂଯୋଗ କରିବାକୁ ପ୍ରବର୍ତ୍ତାଇବାକୁ ଲାଗିଛନ୍ତି । ସେଥିପ୍ରତି ଦୃଷ୍ଟି ଦେବା ସହ ଖରାପ ହୋଇଥିବା ଲାଇଟ ସଜାଡିବାକୁ ସାଧାରଣରେ ଦାବ ହୋଇଛି ।

Related Posts

About The Author

Add Comment