ନୂଆଦିଲ୍ଲୀ, ୧୭/୩ (ସନ୍ଧାନ ନିୟୁଜ) : ଫେବ୍ରୁଆରି ୧୪ରେ ପୁଲଓ୍ଵାମା ଆକ୍ରମଣ ହେବା ପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ତତ୍ପରତା ଦେଖିବାକୁ ମିଳି ସାରିଥିବା ବେଳେ ନୌସେନା ପକ୍ଷରୁ ସତର୍କତା ଦେଖିବାକୁ ମିଳିଛି। ରବିବାର ଜାଣିବାକୁ ମିଳିଛି ଯେ ଭାରତୀୟ ନୌସେନା ଉତ୍ତର ଆରବ ସାଗର କୂଳରେ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଓ ପରବାଣୁ ବୁଡ଼ାଜାହାଜ(ସବ୍ମେରାଇନ୍) ମୁତୟନ କରିଛି। ଭାରତ-ପିକସ୍ତାନ ଭିତରେ ଲାଗିଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଏହି ନିଷ୍ପତ୍ତି ନେଇଛି।
ନୌସେନା ପକ୍ଷରୁ ପ୍ରକାଶ ପାଇଥିବା ରିଲିଜ୍ରେ ଦେଖିବାକୁ ମିଳିଛି ଯେ ଫେବ୍ରୁଆରି ୧୪ ତାରିଖରେ ଜୈସ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ପୁଲଓ୍ଵାମା ଆକ୍ରମଣ ହେତୁ ଭାରତୀୟ ନୌସେନାର ଯୁଦ୍ଧ ଜୋ
ପୁଲଓ୍ଵାମା ଆକ୍ରମଣ ହେତୁ ସାରା ଦେଶ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ନିଜ ଦେଶର ସୁରକ୍ଷା ପାଇଁ ଭାରତୀୟ ନୌସେନା ପକ୍ଷରୁ ଏହି ବିଶେଷ ପଦକ୍ଷେପ ନିଆଯାଇଛି। ଭାରତୀୟ ନୌସେନାର ୬୦ଟି ଜାହାଜ, ଭାରତୀୟ କୋଷ୍ଟ୍ ଗାର୍ଡର ୧୨ଟି ଜାହାଜ, ଏବଂ ଟ୍ରୋପେକ୍ସ୧୯ର ୬୦ଟି ଉଡ଼ାଜାହାଜ ମୁତୟନ ହୋଇଛି।ନ୍ସ୍ଥିତ ଅଞ୍ଚଳରେ ଏହି ମୁତୟନ କରାଯାଇଛି।