ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ, ୧୮ରେ ମୋହାଲିରେ ମୁକାବିଲା

Spread the love

ନୂଆଦିଲ୍ଲୀ, ୧୬/୯ (ସନ୍ଧାନ ନିଉଜ) : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ବର୍ଷା ଯୋଗୁଁ ବାତିଲ କରିଦିଆଯାଇଛି। ମ୍ୟାଚ୍‌ ଆରମ୍ଭ ହେବାର ନିର୍ଦ୍ଧାରିତ ସମୟ ରାତି ୭ଟାରେ ଥିଲା। ଏଥି ପାଇଁ ସାଢ଼େ ୬ଟାରେ ଟସ୍‌ ହେବାର ଥିଲା। ବର୍ଷା ଯୋଗୁଁ ଟସ୍‌ ମଧ୍ୟ ପଡ଼ିପାରି ନଥିଲା। କ୍ରମାଗତ ବର୍ଷା ଯୋଗୁଁ ମ୍ୟାଚ୍‌ ଅଧିକାରୀମାନେ ବହୁ ସମୟ ଧରି ଅପେକ୍ଷା କରିଥିଲେ। ମାତ୍ର ବର୍ଷା ଜାରି ରହିବାରୁ ମ୍ୟାଚ୍‌ ଖେଳାଯିବା ଭଳି ସ୍ଥିତି ଦେଖାଯାଇ ନଥିଲା। ଉଭୟ ଟିମ୍‌ ମଧ୍ୟରେ ସେପ୍ଟେମ୍ବର ୧୮ରେ ମୋହାଲିରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଶୃଙ୍ଖଳାର ଅନ୍ତିମ ମୁକାବିଲା ସେପ୍ଟେମ୍ବର ୨୨ରେ ବେଙ୍ଗାଲୁରୁରେ ହେବ।

ଏହି ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ହଜାର ହଜାର ଦର୍ଶକ ଓ ପ୍ରଶଂସକ ଥିଲେ। ମ୍ୟାଚ୍‌ ବାତିଲ ହୋଇଯିବା ପରେ ସମସ୍ତଙ୍କୁ ନିରାଶା ମନରେ ଫେରିବାକୁ ପଡିଥିଲା। ଅପରାହ୍ଣ ଆରମ୍ଭ ହେବା ଠାରୁ ସନ୍ଧ୍ୟା ୫ଟା ୩୦ ଯାଏଁ ବର୍ଷା ଆଦୌ କମି ନଥିଲା। ଫଳରେ ମ୍ୟାଚ୍‌ ଖେଳାଯିବା ନେଇ ସଙ୍କଟ ପରିସ୍ଥିତି ଦେଖାଯାଇଥିଲା।

Related Posts

About The Author

Add Comment