ଭାରତ ଓ ବାଂଲାଦେଶ ମଧ୍ୟରେ ଘନେଇଲା ବିବାଦ, ସପ୍ତାହରେ ୨ୟ ଥର ବାଂଲାଦେଶ ଉଚ୍ଚାୟୋଗଙ୍କୁ ସମନ

Spread the love

ନୂଆଦିଲ୍ଲୀ  ୨୪/୧୨/୨୫ (ସନ୍ଧାନ ନ୍ୟୁଜ) : ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଭାରତ ମଙ୍ଗଳବାର ବାଂଲାଦେଶର ଉଚ୍ଚାୟୋଗ ରିୟାଜ ହମିଦୁଲ୍ଲାଙ୍କୁ ପୁଣି ଥରେ ତଲବ କରିଛି । ବାଂଲାଦେଶରେ ଜାରି ଭୀଷଣ ଉତ୍ତେଜନା ମଧ୍ୟରେ ଦ୍ୱିତୀୟ ଥର ବାଂଲା ଉଚ୍ଚାୟୋଗଙ୍କୁ ତଲବ କରାଯାଇଛି । ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢି ଯାଇଛି । ପ୍ରଥମେ ଆଜି ଭାରତରେ ବାଂଲାଦେଶର ଦୂତାବାସର ସୁରକ୍ଷାକୁ ନେଇ ଚିନ୍ତାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ପ୍ରଣୟ ବର୍ମାଙ୍କୁ ତଲବ କରାଯାଇଥିଲା । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ପ୍ରମୁଖ ଯୁବ ନେତା ସରିଫ ଉସମାନ ହାଦୀଙ୍କ ହତ୍ୟା ହୋଇଥିଲା । ହାଦୀଙ୍କ ହତ୍ୟା ପରେ ଦେଖା ଦେଇଥିବା ହିଂସାକାଣ୍ଡ ମଧ୍ୟରେ ପେଙ୍ଗମ୍ବର ମହମ୍ମଦଙ୍କ ଅପମାନ କରାଯାଇଥିବା ଅଭିଯୋଗରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିିଟି ପିଟି ହତ୍ୟା କରାଯାଇଥିଲା । ତାଙ୍କ ମୃତଦେହକୁ ଗଛରେ ଟାଙ୍ଗି ଜାଳି ଦିଆଯାଇଥିଲା । ଗତ ସପ୍ତାହରେ ଡିସେମ୍ବର ୧୭ରେ ଭାରତୀୟ ଉଚ୍ଚାୟୋଗ  ଉସ୍ମାନ ହାଦୀଙ୍କ ହତ୍ୟା ପରେ ବାଂଲାଦେଶରେ ଭିସା ସେବା ରଦ୍ଦ କରି ଦେଇଥିଲା । ବିକ୍ଷୋଭକାରୀ ଭାରତୀୟ ଉଚ୍ଚାୟୋଗ ଘେରିବାକୁ ଯୋଜନା ଘୋଷଣା କରିବା ପରେ ଭାରତ ଏହି ପଦକ୍ଷେପ ନେଇଥିଲା । ବିକ୍ଷୋଭକାରୀଙ୍କ କହିବା କଥା ହାଦୀଙ୍କ ହତ୍ୟାକାରୀ ଭାରତ ଫେରାର ମାରିଛି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବାଂଲାଦେଶ ହାତରେ ଦେବାକୁ ଦାବି କରିଥିଲେ । ବିକ୍ଷୋଭକାରୀ ଆରମ୍ଭରେ ପୋଲିସର  ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ ।  ଏହା ପୂର୍ବରୁ ମଙ୍ଗଳବାର ସକାଳେ ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମଙ୍ଗଳବାର ଦିଲ୍ଲୀରେ ବାଂଲାଦେଶ ଉଚ୍ଚାୟୋଗ  ବାହାରେ ବହୁ ସଂଖ୍ୟାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ମହମ୍ମଦ ୟୁନୁସଙ୍କ ପୋଷ୍ଟ ଧରି ହିନ୍ଦୁବାଦୀ କାର୍ଯ୍ୟକର୍ତ୍ତା ବାଂଲାଦେଶର ହିନ୍ଦୁଙ୍କ ପାଇଁ ଗୋଟିଏ ସ୍ୱର ନାରା ଦେଇଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନର କାର୍ଯ୍ୟକର୍ତ୍ତା ଆରମ୍ଭରୁ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିଥିଲେ । ନାରାବାଜି ମଧ୍ୟରେ ବାଂଲାଦେଶର କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।

Related Posts

About The Author

Add Comment