ଭାରତୀୟ ବାୟୁସେନାର ମହିଳା ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ମୋହନା ସିଂହଙ୍କ ଦେଶର ପ୍ରଥମ ମହିଳା ଭାବେ ଅତ୍ୟାଧୁନିକ ଲଢ଼ୁଆ ହକ୍‌ ବିମାନ ଉଡ଼ାଇବାର ଯୋଗ୍ୟତା ହାସଲ

Spread the love
ନୂଆଦିଲ୍ଲୀ, ୩୧/୫ (ସନ୍ଧାନ ନିୟୁଜ) ଭାରତୀୟ ବାୟୁସେନା (ଆଇଏଏଫ୍‌)ର ମହିଳା ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ମୋହନା ସିଂହ ଦେଶର ପ୍ରଥମ ମହିଳା ଭାବେ ଅତ୍ୟାଧୁନିକ ଲଢ଼ୁଆ ହକ୍‌ ବିମାନ ଉଡ଼ାଇବାର ଯୋଗ୍ୟତା ହାସଲ କରିଛନ୍ତି ବୋଲି ଆଜି (ଶୁକ୍ରବାର) ଭାରତୀୟ ବାୟୁସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏଥିସହ ଅତ୍ୟାଧୁନିକ ଲଢ଼ୁଆ ବିମାନ ହକ୍‌କୁ ଉଡ଼ାଇବା ପାଇଁ ସମସ୍ତ ପରୀକ୍ଷାକୁ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ମୋହନା ସିଂହ ଆଜି ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାର ବେସ୍‌ରେ ସଫଳତା ପୂର୍ବକ ଶେଷ କରିଥିବା ଭାରତୀୟ ବାୟୁସେନା ପକ୍ଷରୁ ଜାରି ଏହି ବିବୃତିରେ କୁହାଯାଇଛି।

ବିନା କୌଣସି ପ୍ରତିବନ୍ଧକ କିମ୍ବା ବାଧାବିଘ୍ନର ସମ୍ମୁଖୀନ ନହୋଇ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ମୋହନା ସିଂହ ଦୀର୍ଘ ୫୦୦ ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାଧୁନିକ ହକ୍‌ ଏମ୍‌କେ ୧୩୨ ଲଢ଼ୁଆ ଉଡ଼ାଇବା ସହ ଏହି ଲଢ଼ୁଆ ବିମାନରୁ ପରୀକ୍ଷା ମୂଳକ ଭାବେ ଆକାଶରୁ ଆକାଶରେ ଓ ଆକାଶକୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ରକୁ ସଫଳତା ପୂର୍ବକ ଛାଡ଼ିବା ପରେ ଏହି ଗୌରବର ଅଧିକାରୀ ହୋଇପାରିଛନ୍ତି।

Related Posts

About The Author

Add Comment