ଭାରତକୁ ୨୬୫ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା, ମ୍ୟାଥୁସ୍‌ଙ୍କ ଶତକ

Spread the love

ଲିଡସ୍‌, ୬/୭ (ସନ୍ଧାନ ନିୟୁଜ ) : ଆଞ୍ଜେଲୋ ମ୍ୟାଥୁସ୍‌ଙ୍କ ଶତକ (୧୧୩ ରନ୍‌, ୧୨୮ ବଲ) ଓ ପଂଚମ ଓ୍ଵିକେଟ୍‌ରେ ଲାହିରୁ ଥିରମାନେ (୫୩ ରନ୍‌, ୬୮ ବଲ, ୪ ଚୌକା)ଙ୍କ ସହିତ ଶତକୀୟ ଭାଗିଦାରୀ (୧୨୪ ରନ୍‌) ବଳରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୭ଟି ଓ୍ଵିକେଟ୍‌ ହରାଇ ୨୬୪ ରନ୍‌ କରିଛି। ଲିଡସ୍‌ରେ ଶନିବାର ଟସ୍‌ ଜିିଣି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୬୫ ରନ୍‌ ଟାର୍ଗେଟ ମିଳିଛି। ଶ୍ରୀଲଙ୍କାର ଆଗଧାଡ଼ିର ବ୍ୟାଟସ୍‌ମ୍ୟାନ ମାନେ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ମାନେ ଭଲ ସ୍କୋର କରିପାରିଛନ୍ତି। ଭାରତୀୟ ବୋଲର ଯଶପ୍ରୀତ ବୁମରାଙ୍କୁ ୩ଟି ଓ୍ଵିକେଟ ମିଳିଥିବା ବେଳେ ଭୁବନେଶ୍ୱର, ହାର୍ଦ୍ଦିକ, ରବୀନ୍ଦ୍ର ଓ କୁଲଦୀପଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ଶ୍ରୀଲଙ୍କା ପ୍ରଥମ ଓ୍ଵିକେଟ୍‌ ଭାବେ ସ୍କୋର ୧୭ ରନ୍‌ରେ ଦିମୁଠ କରୁଣାରତ୍ନେଙ୍କୁ ହରାଇଥିଲା। ଓପନର କରୁଣାରତ୍ନେଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ଯଶପ୍ରୀତ ବୁମରା କ୍ୟାଚ୍‌ କରାଇଥିଲେ। କୁଶାଲ ପେରେରା ଆଉଟ୍‌ ହେବା ପୂର୍ବର ୧୪ଟି ବଲ ଖେଳି ୧୮ ରନ୍‌ କରିଥିଲେ। ସେ ମଧ୍ୟ କରୁଣାରତ୍ନେଙ୍କ ଭଳି ଆଉଟ୍‌ ହୋଇଥିଲେ। ସ୍କୋର ୪୦ ରନ୍‌ରେ ଶ୍ରୀଲଙ୍କା ୨ୟ ଓ୍ଵିକେଟ୍‌ ହରାଇଥିବା ବେଳେ ୩ୟ ଓ୍ଵିକେଟ୍‌ ବେଳକୁ ୫୩ ରନ୍‌ କରିଥିଲା। ରବୀନ୍ଦ୍ର ଜାଦେଜାଙ୍କ ବଲକୁ ଧୋନି ଷ୍ଟମ୍ପିଂ କରି କୁଶାଲ ମେଣ୍ଡିସ (୩ ରନ୍‌)ଙ୍କୁ ଆଉଟ୍‌ କରିଥିଲେ। ସ୍କୋର ୫୫ ରନ୍‌ରେ ଭାରତର ୪ର୍ଥ ଶିକାର ହୋଇଥିଲେ ଅଭିଷ୍କା ଫର୍ଣ୍ଣାଡୋଜ୍‌ (୨୦ ରନ୍‌)। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ୍‌ ଦେଇଥିଲେ।

ଶ୍ରୀଲଙ୍କାର ସ୍କୋର ୧୭୯ ରନ୍‌ ଥିବା ବେଳେ କୁଲଦୀପ ଯାଦବଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍‌ ଦେଇ ଥିରମାନେ ଆଉଟ୍‌ ହୋଇଥିଲେ। ସେହିପରି ୬ଷ୍ଠ ଓ୍ଵିକେଟରେ ଶ୍ରୀଲଙ୍କା ମ୍ୟାଥୁସଙ୍କୁ ହରାଇଥିଲା। ସ୍କୋର ୨୫୩ ରନ୍‌ରେ ମ୍ୟାଥୁସଙ୍କୁ ରୋହିତ ଶର୍ମାଙ୍କ ହାତରେ ବୁମରା କ୍ୟାଚ୍‌ କରାଇଥିଲେ। ସପ୍ତମ ଓ୍ଵିକେଟ୍‌ ଭାବେ ଥିରସା ପେରେରା (୨ ରନ)ଙ୍କୁ ହରାଇଥିଲା। ଭୁବନେଶ୍ୱର କୁମାରଙ୍କ ବଲ ହାର୍ଦ୍ଦିକଙ୍କୁ କ୍ୟାଚ୍‌ ଦେଇ ପେରେରା ଆଉଟ୍‌ ହୋଇଥିଲେ। ଧନଂଜୟ ଡିସିଲଭା ଅପରାଜିତ ୨୯ ରନ୍‌ ଓ ଇସୁରୁ ଉଡାନ ଅପରାଜିତ ୧ ରନ କରିଥିଲେ।

Related Posts

About The Author

Add Comment