ତିହିଡ଼ି, ୧୬/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେପି ପକ୍ଷରୁ ଆଜି ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ ଏକ ସଭା ବିଜେପି ସାହାଡ଼ାସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ କୁମାର ବଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଯୋଗ ଦେଇ ଭଦ୍ରକ ଜିଲାରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବା ଉଦ୍ଦେଶ୍ୟରେ ଗତ ୨୦୦୯ ମସିହାରୁ ଜିଲାର ଜନସାଧାରଣ ଆନ୍ଦୋଳନ,
ଧାରଣା, ବନ୍ଦ ଇତ୍ୟାଦି କରି ଆସୁଛନ୍ତି । କିନ୍ତୁ ଅଦ୍ୟାବଧୂ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ।
ଭଦ୍ରକ ସରକାରୀ ହସପିଟାଲ ଉପରେ ପଡ଼ୋଶୀ କେଉଁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନ, ବାଲେଶ୍ଵର ଜିଲାର ଖଇରା, ସିମୁଳିଆ ଓ ସୋର ବ୍ଲକ, କେନ୍ଦ୍ରାପଡ଼ା ଜିଲାର ଆଳି, ଓଳାଭର ବ୍ଲକ, ଯାଜପୁର ଜିଲାର ଦଶରଥପୁର ବ୍ଲକର ଅଧିବାସୀମାନେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ । ଆଖୁଆପଦା ଠାରୁ ମଇତାପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ଯାଇଛି ଯାହା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଅଟେ । ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଲେ ଭଦ୍ରକ ସରକାରୀ ହସପିଟାଲ ଚିକିତ୍ସା ପାଇଁ ଏକମାତ୍ର ଭରସା । ପଡ଼ୋଶୀ ଜିଲା ଯଥା ବାଲେଶ୍ଵର, ଯାଜପୁର, କେଉଁଝରରେ ରାଜ୍ୟ ସରକାର ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇ ସାରିଥିବା ବେଳେ ଭଦ୍ରକ ଜିଲାକୁ ବାଦ ଦିଆଯାଇଛି । ଧାମନଗର ଛକ ଅଞ୍ଚଳରେ ପ୍ରାୟ ୨୦୦ ଏକର ଜମି ଇତ୍ସା ତତ୍ବାବଧାନରେ ସରକାରୀ ଜାଗା ଅଛି । ତେଣୁ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଶାସନକୁ ଆଉ ଜାଗା ଖୋଜିବା ପାଇଁ ଦରକାର ପଡ଼ିବ ନାହିଁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଫେବ୍ରୁଆରୀ, ୨୦୨୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ଧାମନଗର ନିର୍ବାଚନ ମଣ୍ଡଳୀ ବିଜେପି ନେତା ମାଧବାନନ୍ଦ ମଲିକ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ଜିଲା ଉପସଭାପତି ଦୁର୍ଗା ଚରଣ ନାୟକ ଜିଲା କୃଷକ ମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକ, ଜିଲା ସମ୍ପାଦକ ସଂଗ୍ରାମ କେଶରୀ ମହାନ୍ତି, ଯୁବନେତା ମୁକ୍ତିକାନ୍ତ ନାୟକ, ମାନସ ନାୟକ, ଶ୍ରୀହର୍ଷ ସ୍ୱାଇଁ, ପ୍ରତାପ କୁମାର ଜେନା, ତପନ କୁମାର ପାଢ଼ୀ, ଭରତ ସାହୁ, ସଂଜୀବ ବେହେରା, ମହରମପୁର ସରପଞ୍ଚ ଅଲୀଳପ୍ରଭା ରାଉଳ, ଭାଟପଡ଼ା ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ଝରଣା ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଶୁଭୁନାରାୟଣ ସେଠୀ, କେଶବ ବେହେରା, ତପୁନ ପାଣି, ଅଜୟ ନାୟକ, ଦେବେନ୍ଦ୍ର ମହାନ୍ତି, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଯୁବନେତା ସରୋଜ ନାୟକ ଧନ୍ୟବାଦଦେଇଥିଲେ । ଶେଷରେ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ଲକ କାର୍ଯ୍ୟାଳୟକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ର ପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ ।
ପାଇଁ ସଂପୂର୍ଣ୍ଣ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାର
୬୦ଭାଗ ର୍ଥ ଦେବା ପାଇଁ ସେ ଉଲ୍ଲେଖ କରିଛନ୍ତି । ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜିଭିଭୂମି ଥିବା ବେଳେ
ରାଜ୍ୟ ସରକାର ଭଦ୍ରକ ଜିଲା ପ୍ରତି ବୈମାତୃକ ଭାବ ର କୌଣସି ପ୍ରସ୍ତାବ ଏ ପର୍ଯ୍ୟନ୍ତ ଦେଇ ନଥିବା ଶ୍ରୀ ସେଠୀ କହିଥିଲେ।
ଭଦ୍ରକ ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେପି ର ଗଣଧାରଣା
|
December 16, 2020 |