ଭଦ୍ରକ ପୁରୁଣା କଲେକ୍ଟରିଏଟ ନିକଟରେ ରତ୍ନ ଭଣ୍ଡାରର ସୁରକ୍ଷା

Spread the love

ଭଦ୍ରକ,  ୧୯/୮ (ସନ୍ଧାନ ନିୟୁଜ) :  ରତ୍ନ ଭଣ୍ଡାର ସୁରକ୍ଷା ସମିତି ତରଫରୁ ଭଦ୍ରକ ପୁରୁଣା କଲେକ୍ଟରିଏଟ ନିକଟରେ ରତ୍ନ ଭଣ୍ଡାରର ସୁରକ୍ଷା, ଏହାର ତାଲା ଭାଙ୍ଗିବା ଦାବୀରେ ଏକ ନିରବ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଶତାଧିକ ଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଧାରଣାରେ ସାମିଲ ହୋଇଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଧାରଣା ଆରମ୍ଭ କରାଯାଇଥିଲା । ପୁରୀ ବଡ ଦେଉଳର ରତ୍ନ ଭଣ୍ଡାରର ଚାବି ହଜିବାକୁ ନେଇ ତଦନ୍ତ କମିଶନ ଗଠନ କରାଯାଇଛି । ଏଥି ନିମନ୍ତେ ୨୨ଲକ୍ଷରୁ ଉଦ୍ଧ୍ୱର୍ ଅର୍ଥ ଅପଚୟ ହୋଇ ସାରିଲାଣି । ଅଥଚ ଏ ପର୍ଯ୍ୟନ୍ତ ଚାବି ମିଳିଲା ନାହିଁ କି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଗଲା ନାହିଁ । ସରକାର କମିଶନଙ୍କ ତଦନ୍ତ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଫଳ ଶୂନ ହେଉଛି ବୋଲି ସମିତିର ଆବାହକ ଆଇନଜୀବୀ ଶିବାଶିଷ ମହାପାତ୍ର କହିଥିଲେ । ରତ୍ନ ଭଣ୍ଡାରର ଚାବି ଖୋଲିବା ଦାବୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣଧାରଣା କରାଯାଉଥିବା ବେଳେ ଆଜି ଭଦ୍ରକରେ ଗଣଧାରଣା କରାଯାଇଛି । ଆବଶ୍ୟକ ହେଲେ ସମିତି ପକ୍ଷରୁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି । ଆଜିର ଏହି ଧାରଣାରେ ସମିତିର ସଭାପତି ବୃନ୍ଦାବନ ଦାସ ଆଜାଦ, ସମାଜସେବିକା ଆଇନଜୀବୀ ରାଧାରାଣୀ ମହାପାତ୍ର, ପ୍ର. ଅଟଳ ବିହାରୀ ନାୟକ, ଲଲାଟେନ୍ଦୁ ମହାନ୍ତି, ବିଜୟିନୀ ପଣ୍ଡା, କୁସୁମ ମଞ୍ଜରୀ ଦାସ, ଡ. ପ୍ରଭାତ ନଳିନୀ ମହାପାତ୍ର, ନିହାର ରଂଜନ ମିଶ୍ର, ଶ୍ରଦ୍ଧା ମହାପାତ୍ର, ନିବେଦିତା ମହାନ୍ତି, ରୋଜାଲିନ ରାଉତ, ଦେବଶ୍ରୀ ମିଶ୍ର, ତପସ୍ୱିନୀ ବିନ୍ଧାଣୀ, ସତ୍ୟପ୍ରିୟ କୁଅଁର, ରତିକାନ୍ତ ନାୟକ, ପ୍ରଦିପ କୁମାର ଦାସ, ବିଶ୍ୱଶ୍ରୀ ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁ, ବିକାଶ କୁମାର ପ୍ରଧାନ, ଦ୍ୱଷ୍ମନ୍ତ ବାରିକ, ମାନସ କୁମାର ସାମଲ, ପ୍ରଫୁଲ୍ଲ କୁମାର ବେହେରା, ତପନ କୁମାର ସ୍ୱାଇଁ, ଅଶୋକ କୁମାର ବେହେରା, ଦିପ୍ତୀ ରଂଜନ ପଣ୍ଡାଙ୍କ ସମେତ ଶତାଧିକ ଜଗ୍ନନାଥ ପ୍ରେମୀ ଯୋଗ ଦେଇଥିଲେ ।

Related Posts

About The Author

Add Comment