ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରେ ଜନ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଦ୍ୱାରା ଉଦଘାଟିତ।

Spread the love

ଭଦ୍ରକ  : ୨୦/୨/୨୬ (ସନ୍ଧାନ ନ୍ୟୁଜ)    ଭଦ୍ରକ  ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଙ୍କ ଅଧ୍ୟକ୍ଷତା ରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଜନ ଶୁଣାଣି ଶିବିର ରେ ବନ୍ତ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଦୁଇ ଶହ ରୁ ଅଧିକ ଲୋକ ସେମାନଙ୍କ ସମସ୍ୟା କୁ ଶୀଘ୍ର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରାୟ ଷାଠିଏ ଟି ସମସ୍ୟା ଏହି ଶିବିର ରେ ସମାଧାନ ହୋଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଉଚ୍ଚ ଅଧିକାରୀ ମାନେ ଜିଲ୍ଲାପାଳ ଙ୍କୁ ସହଯୋଗ କରିଥିଲେ। ଯେଉଁ ଉଚ୍ଚ ଅଧିକାରୀ ମାନେ ଜିଲ୍ଲାପାଳ ଙ୍କୁ ସହଯୋଗ କରିଥିଲେ, ସେମାନେ ହେଲେ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର , ପୋଲିସ ଅଧିକାରୀ ବନ୍ତ,। ଶେଷ ରେ ଜିଲ୍ଲାପାଳ ଏହି ଶିବିର ର ସଫଳତା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment