ଭଦ୍ରକ : ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ, ୫ଟି ପରିବାରର ୧୨ ବଖରା ଘର ଭସ୍ମୀଭୂତ

Spread the love

ଭଦ୍ରକ, ୨୫ା୫(ସନ୍ଧାନ ନିୟୁଜ) – ଗତକାଲି ରାତିରେ ଏହି ଜିଲାର ଚାନ୍ଦବାଲି ବ୍ଲକ୍ ତେନ୍ତୁଳିଡିହି ପଂଚାୟତରେ ଗ୍ୟାସ୍ ଟାଙ୍କି ଫାଟିଯିବା କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀମାନେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଗୋଟିଏ ମାତ୍ର ଗାଡି ଆସିବାରୁ ନିଆଁକୁ ଆୟତ୍ତ କରାଯାଇପାରିନଥିଲା । ପରବର୍ତ୍ତୀ ସମୟରେ ୩ଟି ଦମକଳ ଗାଡି ଆସିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ମାତ୍ର ସେତେବେଳକୁ ୫ଟି ପରିବାର ଲୋକେ ପିନ୍ଧା ଲୁଗା ଛଡା ଅନ୍ୟ କିଛି ଉଦ୍ଧାର କରିପାରିନଥିଲେ । ତେବେ ଦମକଳ ବାହିନୀଙ୍କ ପ୍ରୟାସରୁ ବାକି ଘରଗୁଡିକ ବର୍ତ୍ତିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଜଗବନ୍ଧୁ ଦାସ, ପଂଚାନନ ଦାସ, କୈଳାସ ଦାସ, ଭଂଜ ଦାସ ଓ ବଗଲା ଦାସଙ୍କର ୧୨ ବଖରା ଘର ପୋଡି ଯାଇଥିବାର ଜଣାଯାଇଛି ।

 

Related Posts

About The Author

Add Comment