ଚଣ୍ଡିଖୋଲ, ୨୫/ ୦୫ (ସନ୍ଧାନ ନିୟୁଜ): ସରକାର ସର୍ବଦା ଗମନଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସଠିକ ଭାଗମାପ ଏବଂ ଉଚ୍ଚିତ ପରିଚାଳନା ଅଭାବରୁ ରାସ୍ତା ଗୁଡିକ ଖୁବୁ କମ ଦିନରେ ଭାଙ୍ଗିରୁଜି ଯିବା ସହ ଅତି ଶୋଚନୀୟ ହୋଇପଡୁଛି । ଏପରକି ରାସ୍ତ ଉପରେ ନିର୍ମାଣ ହୋଇଥିବା ସେତୁ ମଧ୍ୟ ଭାଙ୍ଗି ଯିବା ଫଳରେ ଦୃଘଟଣା ବଢ଼ିବାରେ ଲାଗିଛି । ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର.ଡି ରାସ୍ତା ଠାରୁ ଝାଟିଆପଡା ଭାୟା ସାହିଲପଡା ଦେଇ ୨୦୧୯ ମସିହାରେ ୩କି.ମି ବ୍ୟାପି ଏକ ପିଚୁ ଏବଂ ଢ଼ଳେଇ ରାସ୍ତା ନିର୍ମାଣ କରାଯାଇଛି । ମାତ୍ର ଦୁଇ ତିନି ବର୍ଷ ଯାଇନି ରାସ୍ତାଟି ଶୋଚନୀୟ ହୋଇପଡିଛି । ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ମାନଙ୍କ ସାଇକେଲ ମଟରସାଇକେଲ ନଷ୍ଟ ହେବା ସହିତ ବିଭିନ୍ନ ସମୟରେ ଦୃର୍ଘଟଣା ଘଟି ଯାତ୍ରୀ ମାନେ ଆହତ ହେଉଛନ୍ତି । ଏହି ରାସ୍ତା ପାଇଁ ସରକାରଙ୍କ ଆର.ଡି ବିଭାଗ ୧କୋଟି ୩୪ଲକ୍ଷ ଟଙ୍କା ବ୍ୟାୟ ବରାଦ କରିଥିଲା । ଏତେ ଟଙ୍କାରେ ମାତ୍ର ୩ କି.ମି ବ୍ୟାପି ରାସ୍ତା ନିର୍ମାଣ କରିବା ଉପରେ ସାଧରଣ ଲୋକେ ଏଥିରେ ଲକ୍ଷାଧିକ ଟଙ୍କା ଘୋଟଲା ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ରାସ୍ତା ଉପରେ ପାଖାପାଖି ୫ହଜାର ଲୋକ ପ୍ରତିଦିନ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାଟି ଦିୀର୍ଘସ୍ଥାୟୀ ନହେବାରୁ ସାଧରଣ ଲୋକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ରାସ୍ତାର ମଧ୍ୟ ଭାଗରେ ଦୁଇ ଦୁଇଟି ବିଭାଗ ପକ୍ଷରୁ ଦୁଇଟି ପୋଲ ନିର୍ମାଣ କରାଯାଇଥିଲେ ମଧ୍ୟ ତାହାବି ଭାଙ୍ଗିରୁଜି ଯାଇଛି । ପ୍ରଥମେ ୨୦୧୪ ମସିହାରେ ଏକ ଛୋଟ ପୋଲ ବ୍ଲକ ପ୍ରଶାସନ ପକ୍ଷରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିଲା । ମାତ୍ର ପୋଲର ଚଉଡା କମ୍ ଥିବାରୁ ସେଥିରେ ଯାତାୟତ ବାଧାପ୍ରାପ୍ତ ହେଉଥିଲା । ବର୍ତ୍ତମାନ ଉକ୍ତ ପୋଲିଟିର ବାଡ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ଯୋଗୁ ପୋଲରୁ ଖସିପଡି ଯାତ୍ରୀ ମାନେ ଆହତ ହେଉଛନ୍ତି । ଏପରକି ରାତ୍ରୀ କାଳୀନ ଯାତ୍ରୀ ମାନେ ଅଧିକ ପଡି ଆହତ ହେଉଛନ୍ତି । ସେହିପରି ପୋଲିଟିର ଛାତରୁ କଙ୍କ୍ରିଟ ଖସିବାରେ ଲାଗିଛି । ଫଳରେ ସେଥିରେ ଯାତାୟତ କରିବାକୁ ଯାତ୍ରୀ ମାନେ ଡରୁଛନ୍ତି । ଅପର ପକ୍ଷରେ ଏହି ପୋଲିଟି ଯାତୟତରେ ଅସୁବିଧା ହେବାରୁ ଆରଡି ବିଭାଗ ସେହି ପୋଲଠାରୁୁ ମାତ୍ର ୩୦ମିଟର ଦୂରରେ ଆଉ ଏକ ଚଉଡା ପୋଲ ନିର୍ମାଣ କରିଥିଲା । ମାତ୍ର ପୋଲର ବଫାଲ ୱାଲ ର୍ନମାଣ ନିମ୍ନ ମାନର୍ କରାଯାଇଥିବାରୁ ଏବଂ ରାସ୍ତାର କଡରେ ପଥର ପ୍ୟାକଂ କରାନଯିବା ଯୋଗୁ ବର୍ଷାର ପାଣି ଗଢ଼ିବାରୁ ବଫାଲ ୱାଲ ନଷ୍ଟ ହେବା ସହିତ ରାସ୍ତାରୁ ମାଟି ଅତଡା ଧସିପଡିଲା । ଫଳରେ ରାସ୍ତାଟି ଯେତିକି ଚଉଡା ରହିଥିଲା ତାହା ସଂଙ୍କୁଚିତ ହୋଇଯାଇଛି । ଫଳରେ ସେହି ସ୍ଥାନ ଦେଇ ଯାତାୟତରେ ଘୋର ଅସୁବିଧା ସୃଷ୍ଠି ହେଉଛି । ଉକ୍ତ ପୋଲ ଦେଇ ଝାଟିଆପଡ ଗ୍ରାମରୁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁଥିବା ବେଳେ ସାହିଲପଡର କଲେଜର ଚାତ୍ରଛାତ୍ରୀ ମଧ୍ୟ ଯିବା ଆସିବା କରିଥାନ୍ତି । ରାସ୍ତାଟିର ଏଭଳି ସଙ୍କୁଚିତ ହେବା ଯୋଗୁ ସେମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତ ବର୍ଷ ଆଉ ଦିନ କେଇଟା ପରେ ବର୍ଷା ଦିନ ଆରମ୍ଭ ହେବ । ଯଦି ତୁରନ୍ତ ଏହି ରାସ୍ତା ଏବଂ ପୋଲ ଦୁଇଟି ମରାମତି କରାନଯାଏ ତେବେ ଅଧିକ ବର୍ଷରେ ରାସ୍ତାଟି ସମ୍ପୁଣ୍ଣ କ୍ଷତି ସହିବା ସହିତ ଝାଟିଆପଡା ଗ୍ରାମଟି ପଂଚାୟତ ଏବଂ ସଦରମହୁକମାରୁ ବିଚ୍ଛିନ୍ନ ହୋଇଯିବ । ତେବେ ତୁରନ୍ତ ଜିଲ୍ଲାପ୍ରଶାସନ ଏଭଳି ନମ୍ନ କାର୍ଯ୍ୟର ଯାଂଚ କରିବା ସହିତ ରାସ୍ତା ଏବଂ ପୋଲର ମରାମତି କରିବାକୁ ଶାଳପଡା ପଂଚାୟତ ବାସୀଙ୍କ ପକ୍ଷରୁ ଦାବି ହେଉଛି ।




