କଟକ ୦୬/୦୫ (ସନ୍ଧାନ ନିଉଜ) କରୋନା ମହାମାରୀର ଦିତୀୟ ଲହର ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନ୍ୟାୟରେ ଏହି ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା,ବିଶୋଧନ କାର୍ଯ୍ୟକ୍ରମ ଓ ଏହାର ପାଳନ ଉପରେ ପୂର୍ଣ୍ଣଗୁରୁତ୍ୱଦେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ବୟାଳିଶମୌଜା ଉପକଣ୍ଠ କଳପଡା ପଂଚାୟତ ଉପକଣ୍ଠ କୂଳକଳପଡା ଗ୍ରାମ ଏବଂ ଆଖପାଖ ଅଂଚଳ ବହୁ ସ୍ଥାନରେ ଚିତ୍ତ ରଞ୍ଜନ ବିଶ୍ଵାଳ, ତୋଫାନ ବିଶ୍ଵାଳ,ଆଲୋକ ବିଶ୍ଵାଳ, ସନ୍ତୋଷ ପରିଡା,ଅନୟ ମହାପାତ୍ର, ବିକାଶ ପରିଡ଼ା,ରକେଶ ପରିଡା, ଅନିଲ ମହାପାତ୍ର,ଦେବୀ ପ୍ରସାଦ ପତି,ସୁଜିତ ପରିଡା,ତ୍ରିଲୋଚନ ମହାପାତ୍ର,ଅମିତ ମହାପାତ୍ର,ଆଶିଷ ମହାପାତ୍ର,ଶାନ୍ତନୁ ପରିଡା ଆଦି ସ୍ୱେଚ୍ଛାସେବୀମାନେ ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତା ପ୍ରଚାର କରିବାସହ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଛି ଏବଂ ଏହି ଅଭିଯାନ ବୟାଳିଶମୌଜାର କିଛି ପଂଚାୟତରେ ନିକଟ ଅତୀତରେ କରାଯାଇଛି ଆଗକୁ ମଧ୍ୟ ଆହୁରି ଅଧିକ ସଚେତନତା,ବିଶୋଧନ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରାଯିବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସୂଚନାଦେଇଛନ୍ତି ।
ବୟାଳିଶମୌଜାରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସେଵା କାର୍ଯ୍ୟ : କାର୍ଯ୍ୟକର୍ତା ମାନଙ୍କୁ ଭୂୟସୀ ପ୍ରସଂଶା
|
May 6, 2021 |