ବଡ଼ଚଣା ବଧାୟକ ନୂତନ ଗୃହ ଅଙ୍ଗନୱାଡ଼ି କେନ୍ଦ୍ରକୁ ଉଦ୍ଘାଟନ

Spread the love

ଯାଜପୁର, ୨୨/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଆଜି ଦିନ ୧ଘଟିକା ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀ ବଡ଼ବାଲିକୁଦା ପଂଚାୟତରେ ପହଁଞ୍ଚô ନୂତନ କରି ନିର୍ମାଣ କରାଯାଇଥିବା ବିଦ୍ୟାଳୟ ଗୃହକୁ ଶ୍ରୀ ଶତପଥି ଉଦ୍ଘାଟନ କରିବା ସହିତ ୨ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଉଦ୍ଘାଟନ କରିବା ସହିତ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶତପଥି ଯୋଗଦେଇ ବଡ଼ବାଲିକୁଦା ପଂଚାୟତରେ ନୂତନ କରି ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡ଼ିକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ଶତପଥି ଜନକ ଗ୍ରାମର ଜନକେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ସହିତ ମହାଦେବଙ୍କ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ । ଏହି ପରିପ୍ରେକ୍ଷିରେ ମନ୍ଦିର ପରିଶରରେ ଏକ ସାଧାରଣ ସଭାରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ଦୃଢ଼ ସଙ୍କଳ୍ପ ବଦ୍ଧ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବିଶେଷକରି ଶ୍ରୀ ଶତପଥି କହିଲେ ବଡ଼ବାଲିକୁଦାର ଉନ୍ନତିକରଣ ଯାହାଙ୍କ ଦ୍ୱାରା କରାଯାଇଚି ଗରିବ ଲୋକଙ୍କ ମୁଁହରେ ହସ ଫୁଟାଇଚି ପଂଚାୟତର ଉନ୍ନତି ହୋଇଥିବା ଏହି ୫ବର୍ଷରେ ପାନୀୟ ଜଳଠାରୁ ଆରମ୍ଭକରି ବିଦ୍ୱୁତ ଗ୍ରାମ୍ୟ ରାସ୍ତା ମୋ ବଗିଚା, ଇନ୍ଦିରା ଆବାସ ଏବଂ ଗରିବ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏ ପଂଚାୟତରେ ଉନ୍ନତି ହୋଇଥିବା ବିକାଶ ପଥରେ ଆଗେଇ ନେଇଥିବା ଏପଂଚାୟତ ସ୍ୱପ୍ନକୁ ଆଗେଇ ନେଇଥିବା ଏପଂଚାୟତକୁ ନୂତନକରି ଗଢ଼ିତୋଳିଥିବା ସରପଂଚ ଗଗନ ବିହାରୀ ସ୍ୱାଇଁଙ୍କ ତତ୍ୱାବଧାନରେ କରାଯାଇଥିବା ଶ୍ରୀ ଶତପଥି ତାଙ୍କ ବକ୍ତବ୍ୟରେ କହିଥିଲେ । ନୂତନ ହିତାଧିକାରୀ ୫୨ ଜଣଙ୍କୁ ବାର୍ଦ୍ଧକ୍ୟ ବିଧବା ଭତ୍ତା ଶ୍ରୀ ଶତପଥି ବଣ୍ଟନ କରିଥିଲେ । ବଡ଼ବାଲିକୁଦା ପଂଚାୟତର ସରପଂଚ ଗଗନ ବିହାରୀ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ଅଙ୍ଗନୱାଡ଼ି କମିୀ, ଆଶା, ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଟିର ମହିଳା ମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment