ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ l

Spread the love

ସୁନ୍ଦରଗଡ ତା:୨୧/୧୧/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସବଡେଗା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ନ୍ୟୁ ଓଡିଶା ଉଚ୍ଚ ବିଦ୍ୟାଳୟ ଗାଈବିରା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସବଡେଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଯୋଗଦାନ କରି ଏହି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ନୂତନ ଜିନିଷ ଆବିଷ୍କାର କରିବା, ଉଦ୍ଭାବନ କରିବା ର ମନୋବୃତ୍ତି ନେଇ ଆସିଥିବା କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହ ପିଲା ମାନଙ୍କ ମଧ୍ୟରେ ଥିବା ପ୍ରତିଭା ର ବିକାଶ ପାଇଁ ପ୍ରେରଣା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ସବଡେଗା ସରପଞ୍ଚ ଗଣେଶ ପ୍ରଧାନ, ଗାଈବିରା ଫାଦର ପିଟର ଟପ୍ପୋ, ଅଜୟ କେରକେଟା ନ୍ୟୁ ଓଡିଶା ଉଚ୍ଚ ବିଦ୍ୟାଳୟ ଗାଈବିରା ର ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ କାଦମ୍ବିନୀ ମିଶିର ଙ୍କ ତତ୍ୱାବଧାନ ଓ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଅତିଥି ସମସ୍ତ ପ୍ରତିଯୋଗୀ ମାନଙ୍କୁ ନିଜର ଅଧ୍ୟବସାୟ ଜାରି ରଖିବାକୁ ପରାମର୍ଶ ଦେବା ସହ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ବ୍ଲକ ର ସମସ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ଆଠ ଟି ବିଭାଗ ରୁ ମୋଟ 220 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ପ୍ରତି ବିଭାଗ ର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି l ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୁକ୍ତେଶ୍ଵରୀ ପଟେଲ ଙ୍କ ନେତୃତ୍ୱ ରେ ବ୍ଲକ ର ସମସ୍ତ ସିଆରସିସି ପରିଚାଳନା ରେ ସହଯୋଗ କରିଥିଲେ l ଶିକ୍ଷକ ଅର୍ଜୁନ ରୋହିଦାସ ମଞ୍ଚ ପରିଚାଳନା କରିଥିଲେ l ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୁକ୍ତେଶ୍ଵରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l

Related Posts

About The Author

Add Comment