ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବେଶ କଲା

Spread the love

ଯାଜପୁର ସଦର, ୨୬ା୦୭ : ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ, ଲଘୁଚାପ ବର୍ଷା ହେବାରୁ ବିଭିନ୍ନ ନଦୀ ମାନଙ୍କର ବନ୍ୟାଜଳ କରିଥିଲା । ଯାହାକି ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ନଦୀ କୂଳରେ ବାସ କରୁଥିବା ଗ୍ରାମଗୁଡ଼ିକ ଆତଙ୍କରେ ରହିଥିବା ବେଳେ, ବ୍ରାହ୍ମଣୀ ନଦୀ କୂଳିଆଙ୍କୁ ବସବାସ କରୁଥିବା ଗ୍ରାମ ଗୁଡ଼ିକ ନଦୀ କୂଳରେ ରହିଥିବାରୁ ଆତଙ୍କ ଖେଳି ଯାଇଚି । ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀ ବନ୍ଧ ମରାମତି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ, ଠିକାଦାରଙ୍କ ମଧୁଚନ୍ଦ୍ରିକା କୁଜି ନେତାଙ୍କ ବାହୁଛାୟାତଳେ ନାମକୁ ମାତ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ବନ୍ଧ ମରାମତୀ କରାଯିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କା ମଞ୍ଜୁର କରାଯାଇଥିଲା । ନଦୀ ବନ୍ଧରେ ଦୃବଳ ସ୍ଥାନ ମାନଙ୍କରେ ଗାଢ଼ ସୃଷ୍ଟି ହୋଇଥିବା ବେଳେ, କେତେବେଳେ ଏହି ବ୍ରାହ୍ମଣୀ ନଦୀ ବନ୍ୟାଜଳ ବପିଦ ସୃଷ୍ଟି କରିବ ତାହା କହିହେବ ନାହିଁ । ଯାହାକି ଜାରକା ବିଭାଗ ଜଳ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଇଥିବା ନଦୀ ବନ୍ଧର ଅବସ୍ଥା କହିଲେ ନସରେ । ଏହି ନଦୀ ବନ୍ଧ ମାନଙ୍କର ଗାଢ଼ ସୃଷ୍ଟି ସହିତ ଏହି ନଦୀ ବନ୍ଧର ବିଭିନ୍ନ ଜାଗାର ବନ୍ଧ ଫାଟି ଆ କରିଥିବା ଦେଖିବାକୁ ମିଳିଚି । ନଦୀ ବନ୍ଦ ଗୁଡ଼କ ଦୃବଳ ରହିଥିବା ବନ୍ୟା ଆସିଲେ ଘାଇ ବହୁ ଯଥେଷ୍ଟ ସମ୍ଭାବନା ରହିଚି । ପୂର୍ବରୁ ଏହି ନଦୀ ବନ୍ଧର ବିଭିନ୍ନ ଜାଗା ମାନଙ୍କରେ ଘାଇ ସୃଷ୍ଟି ହୋଇଥିବା ବେଳେ, ନଦୀ କୂଳିଆବାସୀ ଆତଙ୍କରେ ରହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ନଦୀ ବନ୍ଧ ମରାମତି କରିବା ପାଇଁ ସରକାର ଯୋଗାଉଥିବା ବେଳେ, ମାଫିଆ ଠିକାଦାର ମାନେ ନିମ୍ନ ମାନର କାର୍ଯ୍ୟକରି ନିଜ ପକେଟ ଗରମ କରୁଥିବା ଏବଂ କୁଜି ନେତା ମାନଙ୍କୁ ଚାନ୍ଦା ଦେଇ ସନ୍ତୁଷ୍ଟ କରିବା ଏବଂ ରାଜନୈତିକ ପ୍ରଭାବ ପକାଇ ମେରିରାୟ ଚଲାଇଥିବା ଦେଖିବାକୁ ମିଳିଚି । ଏଦିଗରେ ଜଳସମ୍ପଦ ମନ୍ତ୍ରୀ ଦୃଷ୍ଟି ଦେବାଲାଗି ସାଧରଣରେ ଦାବି କରାଯାଉଚି ।

Related Posts

About The Author

Add Comment