ଯାଜପୁର ସଦର, ୨୧/ ୦୩ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ହାଟ ପଡ଼ିଆ ଠାରେ ରାଧାକାନ୍ତଙ୍କ ମେଳଣ ଦୁଇଦିନ ଧରି ଅନୁଷ୍ଟିତ ହେବାକୁ ଯାଉଚି । ଆସନ୍ତା ୨୩ ତାରିଖ ରାତିରେ ବନ୍ଧଡିହ ହାଟ ମେଳଣ କରାଯିବ ବୋଲି ମେଳଣ କମିଟିର ସଦସ୍ୟ ମାନେ ସୂଚନା ଦେଇଛନ୍ତି । ଏହ ଅବସରରେ ରାଧାକାନ୍ତ ବିରାଟ ଶୋଭାଯାତ୍ରାରେ ବାହାରି(ଥାନପତି) ହାଟ ପଡ଼ିଆକୁ ବିଜେ କରିବେ । ତାଙ୍କ ସ୍ହିତ ଅନ୍ୟ ବିଭାନ ଗୁଡ଼ିକ ବିଜେ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବନ୍ଧଡିହ ହାଟ ମେଳଣ ବହୁ ପୁରାତନ କାଳରୁ ହୋଇଆସୁଅଛି । ଯାହାକି ମେଳଣ କମିଟିର ତତ୍ୱାବଧାନରେ ମେଳଣ କରାଯାଉଚି । ଏହହି ମେଳଣକୁ ଦଖିବାପାଇଁ ୧୦ଟି ପଂଚାୟତର ଗ୍ରାମବାସୀମାନେ ନିର୍ଭର କରନ୍ତି । ସରସ ସୁନ୍ଦର କରାଯିବାପାଇଁ କମିଟିର ସଦସ୍ୟମାନେ ସାହାଯ୍ୟ ସହଯୋଗ କରୁଛନ୍ତି । ୨୩ ତାରିଖ ରାତିରେ ମେଳଣ କରାଯାଇ ୨୪ ତାରିଖ ସକାଳ ୧୨ଟା ପର୍ଯ୍ୟନ୍ତ ମେଳଣ କରାଯିବ ବୋଲି ଆୟୋଜକକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶାନ୍ତ ଶୃଙ୍ଖଳା ରକ୍ଷା କରାଯିବା ପାଇଁ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଏବଂ ପୋଲିସ ତିକ୍ଷ୍ଣ ନଜର ରଖିଛନ୍ତି ।
ବ୍ରହ୍ମବରଦା ରଘୁନାଥ ଜିଉ ମେଳଣ ଉଦ୍ଯାପିତ
ଯାଜପୁର ସଦର, ୨୧/ ୦୩ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ନିକଟସ୍ଥ ବ୍ରହ୍ମବରଦା ମେଳଣ ଗତକାଲି ୧୦ଟା ଠାରୁ ଆରମ୍ଭ ହୋଇ ଆଜ ଦିନ ୧ଘଟିକା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ବ୍ରହ୍ମବରଦାର ଥାନପତି ରଘୁନାଥ ଜୀଉ ଶୋଭାଯାତ୍ରାରେ ଆସି ମେଳଣ ପଡ଼ିଆରେ ପହଁଞ୍ôଚଥିଲେ । ଗୋପିନାଥ ଜୀଉ ଛେନାଖିଆ ପାଟଣା ଆସିଥିବା ବେଳେ, ମଦନ ମୋହନ ଜୀଉ ମେଳଣ ପଡ଼ିଆକୁ ବିଜେ କରିଥିଲେ । ମେଳଣ କମିଟିର ସଭାପତି ସମ୍ପାଦକ ବିଭାନ ଗୁଡ଼ିକୁ ପଡ଼ିଆକୁ ପାଛୋଟି ନେଇଥିବା ବେଳେ, ବିଭିନ୍ନ ବିଭାନ କମିଟିର ସଂକ୍ରିତନ ପରିବେଶଣ କରାଯାଇଥିଲା । ଦୋଳି ଏବଂ ମନୋହରୀ ଦୋକାନ ପଡ଼ିଆ ମଧ୍ୟରେ ପରିବେଶକୁ ବେଶ ସରସ ସୁନ୍ଦର କରିଚାଲିଥିଲା । ଶହ ଶହ ଦର୍ଶକ ଥାନପତି, ରଘୁନାଥ ଜୀଉଙ୍କୁ ଦର୍ଶନ କରିବା ସହିତ ଅନ୍ୟ ବିଭାନ ଗୁଡ଼ିକରେ ରାଧାକୃଷ୍ଣ ଦର୍ଶନ କରିଥିଲେ ।