ବ୍ରହ୍ମବରଦା ପଂଚାୟତରେ ମମତା ଶୁଭଦର୍ଶୀନୀ ଶପଥ ନେଲେ

Spread the love

ଯାଜପୁର, ୧୬/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର କଳ୍ପନା ଜଳ୍ପନାର ଅବସାନ ଘଟାଇ ୭ଜଣ ପ୍ରାର୍ଥô ପ୍ରତିଦ୍ୱନ୍ଦିତା କରୁଥିବା ବେଳେ, ଶ୍ରୀମତୀ ମମତା ଦେଓ ଏହି ପଂଚାୟତର ସ୍ୱାଭିମାନକୁ ଆଖିଆଗରେ ରଖି ବିଜୟ ଟିକା ପିନ୍ଧିଥିଲେ । ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସଙ୍କ ତତ୍ୱାବଧାନରେ ଏହି ପଂଚାୟତର ବିଜୟ ବାନା ଉଡ଼ିଥିଲା । ଆଜି ଦିନ ୧୨ଟା ସମୟରେ ବରୀ ନିର୍ବାଚନ ମଣ୍ଡଳୀର ବିଧୟୀକା ଏବଂ ବିଜେଡ଼ି କର୍ମୀ ମାନଙ୍କ ଗହଣରେ ଶ୍ରୀମତୀ ଦାସ ଆଜି ବ୍ରହ୍ମବରଦା ପଂଚାୟତ କାର୍ଯ୍ୟାଳୟ ନିକଟ ମେଳଣ ପଡ଼ିଆଠାରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ବିଜେଡ଼ି ଆଗ ଧାଡ଼ିର ସରପଂଚ, ସମିତି ସଭ୍ୟ ଯୋଗଦାନ କରିଥିବା ବେଳେ, ଯୁବ ନେତା ରାକେଶ କୁମାର ଦେଓ ମେଳଣ ପଡ଼ିଆଠାରେ ଏକ କର୍ମି ସମାବେଶ କରାଯିବା ସହିତ ନୂତନ ସରପଂଚ ଶ୍ରୀମତୀ ଦେଓଙ୍କୁ କର୍ମିମାନେ ପାଛୋଟି ନେଇଥିଲେ ।

Related Posts

About The Author

Add Comment