ବ୍ରହ୍ମବରଦା ଥାନା ହାଜତରୁ ଆସାମୀ ଚମ୍ପଟ ୩ ପୋଲିସ୍‌ ନିଲମ୍ବିତ

Spread the love

ଯାଜପୁର ସଦର,  ୩୦/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନାରେ ଜଣେ ଆସାମୀ ହାଜତରେ ରହିଥିବା ବେଳେ ହାଜତ ମଧ୍ୟରୁ ଆସାମୀ ଚମ୍ପଟ ମାରିବା ଘଟଣା ପୋଲିସର ପାରିବ। ପଣିଆ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ଏକ ଚୋରି ମାମଲାରେ ବ୍ରହ୍ମବରଦ। ହାଜତରେ ରହିଥିବା ଆସାମୀ ଆଜି ଭୋର ସମୟରେ ଚମ୍ପଟ ମାରିଛି । ଆସାମୀ ଫେରାର ହେବା ସମୟରେ ଅନ୍ୟ ଜଣକର ବାଇକ୍ ମଧ୍ୟ ଚେ।ରି କରି ନେଇ ପଳାଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବାରୁ ଯାଜପୁର ଜିଲ୍ଲା ଏସ୍‌ପିପ୍ରତାପସ।ମଲଏହି ପୋଲିସ୍ କର୍ମଚାରି ମାନେ କାର୍ଯ୍ୟରେ ଅବହେଳା କରିଥିବାରୁ ଜିଲ୍ଲା ଏସପି ଜଣେ ଏସ୍.ଆଇ ୨ ଜଣ କନେଷ୍ଟବଳକୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଧର୍ମଶାଳା ଥାନା ନିକଟସ୍ଥ ଉତ୍ତର ପ୍ରତାପ ପଞ୍ଚାୟତ ଚାନ୍ଦମୋହୀନି ଗ୍ରାମ ର ଆସିସ୍‌ ବେହେରା(23) ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ରାଉତରାପୁର ପଞ୍ଚାୟତ ନିକଟସ୍ଥ କୁଣ୍ତ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହାଜତରୁ ଚମ୍ପଟ ମାରିଥିବା ଆସାମୀ ରହିଥିବା ବେଳେ ଏହି ମାମଲାରେ ବ୍ରହ୍ମବରଦା ପୋଲିସ୍ ଚୋରି ସାମଗ୍ରୀ ଜବତ କରିବା ସହିତ ୨ଜଣ ଆସାମୀ କୁ ଗିରଫ କରିଥିଲେ । ଆସିସ୍‌ ବେହେରା ଫେରାର୍ ରହିଥିବା ବେଳେ ବ୍ରହ୍ମବରଦ। ଥାନା ପୋଲିସ୍ ଶୁକ୍ରବାର ରାତିରେ ଆସିସକୁ ଗିରଫ କରି ହାଜତରେ ରଖାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ,ପୋଲିସ୍‌ ଥାନାରେ ରହିଥିବା ବେଳେ ଆସିସ୍ କିପରି ଥାନାରୁ ଚମ୍ପଟ ମାରିଲା ତାହା ସନ୍ଦେହ ପରିସରକୁ ଆସିଛି । ବ୍ରହ୍ମବରଦା ଥାନାରେ କାର୍ଯ୍ୟରତ ପୋଲିସ୍ ଶୋଇଥିବା ବେଳେ ଆସିସ୍‌ ଏହାର ହାଜତ ଲକର ଏବଂ ମୁଖ୍ୟ ଗୋଟ ଖୋଲି ଫେରାର୍ ହୋଇଯାଇଥିଲା । ବ୍ରହ୍ମବରଦା ରାଜିବ ରାଉତଙ୍କ ମଟର ସାଇକେଲ ତାଲା ଭାଙ୍ଗି ଗାଡି ନେଇଯାଇଥିଲା । ତେବେ ଆସିସ୍‌ ବାଇକ୍ ନେଇ ସାମନ୍ତରାପୁର ବନ୍ଧରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଏକ ଦୋକାନ କାନ୍ଥକୁ ଧକ୍କା ଦେଇଥିଲା । ସ୍ଥାନୀୟ ଗ୍ରାମବାସୀ ମାନେ ଆମ୍ବୁଲାନ୍ସରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆସିସ୍ ବାପା ମେଡିକାଲରେ ପହଞ୍ଚି ପୁଅକୁ କଟକ ମେଡିକାଲକୁ ନେବାକୁ ଅଟେ।ରେ ନେଇ ପଳାଇଥିଲେ । ଏହାର ଖବର ପାଇ ବ୍ରହ୍ମବରଦା ଥାନ। ପୋଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟରେ ପହଞ୍ଚିବା ପୂର୍ବରୁ ଆସାମୀ ସେଠାରୁ ଫେରାର ହୋଇଯାଇଥିଲା । ଚୋରି ହୋଇଥିବା ମଟର ସାଇକେଲକୁ ବ୍ରହ୍ମରଦା ପୋଲିସ୍ ଜବତ କରିଥିବାବେଳେ ଯାଜପୁର ଏସ୍‌ଡିପିଓ ଶରତ ଚନ୍ଦ୍ର ପାତ୍ର ବ୍ରହ୍ମବରଦା ଥାନାରେ ସିସି କ୍ୟାମେରା ଫୁଟେଜ ସହିତ ତଦନ୍ତ କରି ଯାଜପୁର ଏସ୍‌ପିଙ୍କୁ ରିପୋଟ୍ ଦେଇଥିଲା । ଏସ୍‌ପି ଶ୍ରୀ ସ।ମଲ କାର୍ଯ୍ୟରେ ୩ ପୋଲିସ୍ କର୍ମଚାରୀ ଅବହେଳା ଅଭିଯୋଗରେ ଏସ୍‌ଆଇ ଅଚ୍ୟୁତାନନ୍ଦ ଦାଶ,କଳଷ୍ଟବଳ ବିଦ୍ୟାପତି ପଲେଇ ଏବଂ ସନ୍ତୋଷ ସାହୁକୁ ଜିଲ୍ଲା ଏସପି ନିଲମ୍ବନ କରିଛନ୍ତି ।

Related Posts

About The Author

Add Comment