ବୋତଲରେ ଆଉ ମିଳିବନି ପେଟ୍ରୋଲ,ନିଷ୍ପତ୍ତି ନେଲା ପେଟ୍ରୋଲିୟମ ଡିଲର ଆସୋସିଏସନ୍ ସଂଘ

Spread the love

 

ସୁନ୍ଦରଗଡ ତା:୨୧/୭/୨୦୨୫(ସନ୍ଧାନ ନ୍ୟୁଜ) ଆଉ ଓଡ଼ିଶାରେ ବୋତଲରେ ପେଟ୍ରୋଲ ମିଳିବା ନିଷେଧ । ବାଲେଶ୍ଵର ଛାତ୍ରୀ ମୃତ୍ୟୁ ସହିତ ବଙ୍ଗଳା ଘଟଣାକୁ କେନ୍ଦ୍ରକରି ଏହି ନିଷ୍ପତି ନେଇଛି ପେଟ୍ରୋଲିୟମ ଆସୋସିଏସନ୍ ସଂଘ । ଅତି ଆବଶ୍ୟକ ସ୍ଥଳେ ଆଧାର କାଡ ଜେରକ୍ସ ପ୍ରମାଣ ପତ୍ର ଦେଇ ପେଟ୍ରୋଲ ନେଇ ପାରିବେ ବୋଲି ନିଷ୍ପତି ନେଇଛି ସଂଘ । ଏଥିରେ ଗ୍ରାମାଞ୍ଚଳ ରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ ର ସୁବିଧା ନ ଥିବା ପ୍ରକାଶ କରିଛନ୍ତି ପ୍ରତ୍ୟେକ ଅଞ୍ଚଳର ଗ୍ରାମବାସୀ । ଏବେ ଗ୍ରାମାଞ୍ଚଳ ରେ ଚାଷୀଙ୍କ ଚାଷ ସମୟ ହୋଇଥିବା ବେଳେ ଟ୍ରାକ୍ଟର ଯୋଗେ ଚାଷ ପାଇଁ ପେଟ୍ରୋଲ ଓ ଡିଜେଲ ଅତି ଆବଶ୍ୟକ ହେଉଥିବା ବେଳେ ବହୁତ୍ ଅସୁବିଧା ପାଇଁ ଆଉ ଥରେ ବିଚାରକୁ ନେବାପାଇଁ ଅନୁରୋଧ କରିଥିବା ଜଣାପଡିଛି ।

Related Posts

About The Author

Add Comment