ବେକରୁ ଝାମ୍ପି ନେଲେ ସୁନା ଚେନ୍‌

Spread the love

ବାରିପଦା, ୦୨.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଲୁଟେରାଙ୍କ ଚାର୍ଗେଟରେ ପୁଣି ବରିଷ୍ଠ ନାଗରିକ । ବୃଦ୍ଧାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌ । ବାଲିଅନ୍ତା ଥାନା ବାଳକାଟିରେ ଘଟିଛି ଏହି ଘଟଣା । ବାଳକାଟି ଥାନାରେ ଲୁଟ୍‌ ଘଟଣା ନେଇ ମାମଲା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ବାଲିଅନ୍ତା ଥାନା ନବାଟି ଗାଁର ଅନୁପମା ମହାପାତ୍ର ଏବଂ ତାଙ୍କ ପୁଅ ପେନ୍‌ସନ୍‌ ଟଙ୍କା ଆଣିବା ପାଇଁ ଭୁବନେଶ୍ୱର ଯାଉଥିଲେ । ବାଳକାଟି ପେଟ୍ରୋଲ ପମ୍ପରେ ବାଇକ୍‌ରେ ତେଲ  ପକାଇବା ଯାଇଥିଲେ । ହଠାତ୍‌ ଏହି ସମୟରେ ୨ଜଣ ଲୁଟେରା ୭ବାଇକ୍‌ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଇଥିଲେ । ନିକଟରେ ଥିବା ଜଣେ ଅଟୋ ଚାଳକ ୨ଜଣ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରୁ ବାଇକ ଯୋଗେ ଫେରାର ହୋଇଯାଇଥିଲେ । ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ତେବେ ଲୁଟ୍‌ ନେଇ ବାଳକାଟି ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତୁ ବୃଦ୍ଧା ଅନୁପମା ମହାପାତ୍ର ।

Related Posts

About The Author

Add Comment