କପ୍ତିପଦା, ୧/୧୧(ସନ୍ଧାନ ନ୍ୟୁଜ୍)- କପ୍ତିପଦା ବ୍ଲକ୍ ଅଂଚଳରେ ଚୋରା ମେଟାଲ, ବାଲି ଓ ମାଙ୍କଡା ବ୍ୟବସାୟୀ ମାନେ ବେଶ ସକ୍ରିୟ ହୋଇ ଉଠିଛନ୍ତି। ଯାହା ଫଳରେ ପ୍ରତିଦିନ ଏ ଅଂଚଳରୁ ଶହ ଶହ ଟ୍ରିପ ଚୋରା ମେଟାଲ, ବାଲି ଓ ମାଙ୍କଡା ପଥର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ଚୋରା କାରବାର କରିବାକୁ ବ୍ୟବସାୟୀଙ୍କୁ ବେଶ ସୁହାଉଛି। ରବିବାର କପ୍ତିପଦା ରାଜସ୍ବ କାର୍ଯ୍ୟାଳୟ ପକ୍ଷରୁ ବିଶାଳରୁ ୨ଟି ମେଟାଲ ଟ୍ରାକ୍ଟର, ନୁଦଡିହା ନୂଆଗାଁରୁ ଗୋଟିଏ ମାଙ୍କଡା ବୋଝେଇ ମିନିଟ୍ରକ୍ ଓ ଅସନବଣୀ କାଳ କେନାଲ ନିକଟରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି । ୨ଟି ମେଟାଲ ଟ୍ରାକ୍ଟର କପ୍ତିପଦା ଥାନାରେ ଥିବା ବେଳେ ମାଙ୍କଡ଼ା ବୋଝେଇ ମିନିଟ୍ରକ୍ ଓ ବାଲି ବୋଝେଇ ଟ୍ରାକ୍ଟର ନୁଦଡିହା ଫାଣ୍ଡିରେ ଥିବାର ଜଣାଯାଇଛି । ୨ଟି ମେଟାଲ ଟ୍ରାକ୍ଟର ମଧ୍ୟରୁ ଗୋଟିଏ ମେଟାଲ ଟ୍ରାକ୍ଟର ବାବଦରେ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ତହସିଲଦାର ରାଧାରଂଜନ ଦାଶ ସୂଚନା ପ୍ରଦାନ କରିଛନ୍ତି ।
ବେଆଇନ ମେଟାଲ, ବାଲି ଓ ମାଙ୍କଡା ଚାଲାଣ
|
November 2, 2020 |