ବୁଗୁଡା ବ୍ଳକ କଳମ୍ବ ପଞ୍ଚାୟତରେ ମିଶନ ଶକ୍ତି କାର୍ଯ୍ୟକ୍ରମ।

Spread the love
ବୁଗୁଡା, ୨୦/୧୦/୨୦୨୦ (ସନ୍ଧାନ ନିଉଜ/ରତ୍ନାକର ମହାରଣା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ଗୃହରେ ସ୍ବାୟଂ ସହାୟିକା ମହିଳା ଙ୍କୁ ଆତ୍ମ ନିର୍ଭରଶୀଳ ପାଇଁ ” ଆର୍ଥିକ ଅନ୍ତର୍ଭୁକ୍ତ ସମନ୍ୱୟ ମେଳା ”  ଅନୁଷ୍ଠିତ ହୋଇଥିଲା । ଉକ୍ତ ମେଳାରେ ବୁଗୁଡା ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଙ୍ଗାଧର ମିଶ୍ର , ଓ , ଏଲ , ଏମ୍ ପିଓ , ଏ କରଡାବାଡି ସରପଞ୍ଚ ଖଦାଳୀ ପ୍ରଧାନ  , କଳମ୍ବ ସରପଞ୍ଚ ପ୍ରତିଭାରାଣୀ ଜେନା , ସିଡିପିଓ ରଞ୍ଜିତା ତ୍ରିପାଠୀ , ଅଞ୍ଚଳ ପରିଦର୍ଶୀକା ନଳିନୀ ମହାରଣା ଓ ଲକ୍ଷ୍ମୀ ସାହୁ ଅତିଥି ରୂପେ ଯୋଗ ଦେଇ ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ କିପରି ଆତ୍ମ ନିର୍ଭରଶୀଳ କରାଯିବ ଉକ୍ତ ବିଷୟକୁ ନେଇ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏ କରଡାବାଡି , ପୋଚାଲୁଣ୍ଡି ଓ କଳମ୍ବ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related Posts

About The Author

Add Comment