ବିସିଟିର ଷଷ୍ଠ ପ୍ରତିଷ୍ଠା ଦିବସରେ ରକ୍ତଦାନ, ଅଂଗଦାନ ଶିବିର ଓ କରୋନା ଯୋଦ୍ଧା ସମ୍ମାନପର୍ଵ -୨୦୨୦ !

Spread the love

ଯାଜପୁର ୧୭/୧୨/୨୦୨୦ (ସନ୍ଧାନ ନିଉଜ) ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ବବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା”(ବିସିଟି)ର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଚଳିତବର୍ଷ ଡିସେମ୍ବର ୧୫ ତାରିଖରେ ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭୀରିଆପାଳ ପଂଚାୟତ ଉପକଣ୍ଠ ଜଳେଶ୍ବର ବ୍ରହ୍ମପୁର ନୋଡାଲ ସ୍କୁଲ,ଧୋବାତୋଟା ଠାରେ କରୋନା କଟକଣା ପାଳନ ପୂର୍ଵକ ବିଭିନ୍ନ ସେଵାକାର୍ଯ୍ୟ ଯଥା ଧର୍ମପରାୟଣା ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କ ଶ୍ରାଦ୍ଧ ଦିବସ ପାଳନ,ରକ୍ତଦାନ ଶିବିର(ଜୀବନ ସ୍ରଷ୍ଟା କାର୍ଯ୍ୟକ୍ରମ),ଅଙ୍ଗଦାନ ଶିବିର, ସାରସ୍ୱତ ସମ୍ବର୍ଦ୍ଧନା ପର୍ଵ,ପତ୍ରପତ୍ରିକା ଉନ୍ମୋଚନ ହୋଇଯାଇଛି ! ଏହି ରକ୍ତଦାନ ଶିବିରରେ ରେଡ଼କ୍ରସ କଟକ ଶାଖା,ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର କର୍ମକର୍ତ୍ତା ଯୋଗଦାନକରି ୧୩୬ ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି ଏବଂ ୨୩ ଜଣ ଅଂଗଦାନ ସତ୍ୟପାଠ କରିଛନ୍ତି ! ପ୍ରଥମ ଅଧିବେଶନରେ ଭାରତ ଶରୀର ଓ ଅଂଗଦାନ ସମିତି(ବଡ଼ି)ର ସଭାପତି ଡ଼ଃ. ପ୍ରଭାସ ଆଚାର୍ଯ୍ୟ ଯୋଗଦାନ ଅଂଗଦାନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ ତ୍ରିଲୋଚନ ଭୂୟାଁ ରକ୍ତଦାନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ଏବଂ ଅତିଥିଭାବେ ପ୍ରଧାନ ଶିକ୍ଷକ ରତ୍ନାକର ସାହୁ, ଧାରପୁର ସରପଞ୍ଚ ଟି. ରୋଜାଲିନ ଶାନ୍ତି,ଚନ୍ଦନପୁର ସରପଂଚ କେଦାର ସାମଲ, ମୁଖ୍ୟ ଆୟୋଜନ ସମାଜସେବୀ ଅଭିମନ୍ୟୁ ସାହୁ,ବାଲିବିଲି ସରପଂଚ ସନ୍ତୋଷ ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ବରିଷ୍ଠ ରାଜନୀତିଜ୍ଞ ସୁବୋଧ ଜେନା,ସମାଜସେବୀ ତଥା ବିଧାୟିକା ପ୍ରତିନିଧି ଦେବେନ୍ଦ୍ର ଦାସ,ବରୀ ଥାନା ଅଧିକାରୀ ଅଜୟ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ !

ଦ୍ୱିତୀୟ ଅଧିବେଶନରେ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ଲଷ୍ମୀକାନ୍ତ ବାଗ, କବି ଶ୍ରୀଗୋବିନ୍ଦ,କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଏସିପି ଲଲିତେନ୍ଦୁ ମହାନ୍ତି, ସମାଜସେବୀକା ସାଧନା ମିଶ୍ର ଆଦି ଉପସ୍ଥିତ ରହି ସେଵାକାର୍ଯ୍ୟ ଉପରେ ଆଲୋକପାତ କରିବାସହ ବିସିଟିର ଅନ୍ୟାନ୍ୟ ସେଵାକାର୍ଯ୍ୟକୁ ଉଚ୍ଚ ପ୍ରସଂଶା କରିଥିଲେ ! ଗ୍ରାମାଞ୍ଚଳର ତିନି ଶିଶୁ ପ୍ରତିଭା ତିୟାସା ସାମଲ, ସ୍ମିତାରାଣୀ ସାହୁ,ସତ୍ୟପ୍ରକାଶ ମଲ୍ଲିକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ! ଏହି ସେବାକାର୍ଯ୍ୟରେ ଜନସାଧାରଣ ଉପସ୍ଥିତ ରକ୍ତଦାନ,ଅଂଗଦାନ ମହାସେବା ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ପ୍ରିନ୍ସ ନନ୍ଦ, ସୁରଜ ବେହେରା,ଶିବ ପ୍ରସାଦ ଦାସ,ପ୍ରତିଷ୍ଠାତା ଇଂ.ବିମଳ ଚନ୍ଦ୍ର ଦାସ,ବିରେନ ରାଉତ, ବିଜୟ ସାହୁ,ସଂଗ୍ରାମ ସାହୁ ସଦସ୍ୟଵର୍ଗ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି !

Related Posts

About The Author

Add Comment