ବିଶ୍ୱ ସଡକ ସୁରକ୍ଷା ସପ୍ତାହର ଆହ୍ୱାନ – ସହରରେ ଗତିସୀମା ହେଉ ୩୦ କି.ମି. । ଫୋରମ ଫର ପ୍ରେବେନସନ ଅଫ ରୋଡ ଆସିଚିଡେଣ୍ଟସ ପକ୍ଷରୁ ବିଶ୍ୱ ସଡକ ସୁରକ୍ଷା ସପ୍ତାହ ପାଳିତ ।

Spread the love
କଟକ – ଦ୍ରୁତଗତିରେ ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ I ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଜନସାଧରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫୋରମ ଫର ପ୍ରେବେନସନ ଅଫ ରୋଡ ଆସିଚିଡେଣ୍ଟସ ତରଫରୁ ଦ୍ରୁତଗତି ନିୟନ୍ତ୍ରଣ ବିଷୟରେ ଏକ ୱେବିନାର ଆୟୋଜନ କରାଯାଇଥିଲା I ଏହାକୁ ସଂଚାଳନ କରିଥିଲେ ଫୋରମର ସମ୍ପାଦିକା ଲିପ୍ସା ମହାପାତ୍ର I ମିଳିତ ଜାତିସଂଘର ବିଶ୍ୱ ସଡକ ସୁରକ୍ଷା ସପ୍ତାହ ପାଳନ ମେ ମାସ ୧୭ ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ  କାର୍ଯକ୍ରମ ଆୟୋଜନ କରାଯାଇ ଏହି ୱେବିନାରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ,ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ଼.ଏ.ମୋହନ ରାଓ,ରାଜସ୍ଥାନ ଭୀଲବାଡା ଜିଲାର ପରିବହନ ଅଧିକାରୀ ଡ଼.ବୀରେନ୍ଦେର ସିଂ ରାଥୋଡ,ଭାରତ ସରକାରଙ୍କ ପରିବହନ ଓ ଜଟିଆ ରାଜପଥ ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦେଶକ ଇ. ଧର୍ମାନନ୍ଦ ଷଡ଼ଙ୍ଗୀ ଯୋଗଦେଇ ଗାଡ଼ିମାନଙ୍କର ବେଗ ନିୟନ୍ତ୍ରଣ କରିବାର ଉପାୟ ଉପରେ ଆଲୋଚନା କରିଥିଲେ I ଧନ୍ୟବାଦ ଦେଇଥିଲେ ଫୋରୁମର ଉପଦେଷ୍ଟା ବିକାଶ ମହାପାତ୍ର I

Related Posts

About The Author

Add Comment