ବିଶ୍ୱ ଅସମାନତା ବିବରଣ ଏବଂ ଭାରତ

Spread the love
ବିଶ୍ୱ ଅସମାନତା ପ୍ରୟୋଗଶାଳା ଦ୍ୱାରା ଡିସେମ୍ବର ସାତ ତାରିଖ ଦିନ ବିଶ୍ୱ ଅସମାନତା ବିବରଣୀ ଉନ୍ମୋଚିତ ହେଇଅଛି । ଲୁକାସା ଚାନ୍ ସେଲ୍ ଙ୍କ ତତ୍ତ୍ୱାବଧାନରେ ଥୋମାସ୍ ପିକେଟି, ଇମାନୁଏଲ୍ ସାଏଜ୍, ଗେବ୍ରିଏଲ୍ ଜୁକ୍ ମ୍ୟାନ୍ ଉକ୍ତ ସର୍ବେକ୍ଷଣର ତାଲିକା ପ୍ରସ୍ତୁତିରେ ନିୟୋଜିତ ହେଇଥିଲେ । ୨୩୬ ପୃଷ୍ଠା ସମ୍ବଳିତ ଏହି ତଥ୍ୟାବଳୀରେ ବିଶ୍ୱ ଅର୍ଥନୀତିରେ ଅସମାନତାରେ ବର୍ତ୍ତମାନର ସ୍ଥିତି, ୧୮୨୦ ଖ୍ରୀଷ୍ଟାବ୍ଦରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅସମାନତାର ଯାତ୍ରାପଥ, ଧନୀ ଓ ଗରିବ ଅର୍ଥନୀତିଙ୍କ ଖସଡା, ଅୟର ଠୁଳୀକରଣ, ନାରୀଙ୍କ ସ୍ଥିତି, ଅଙ୍ଗାରକାମ୍ଳର ଅସାମାନ୍ୟର ସ୍ଥିତି, ସମ୍ପଦ ବଣ୍ଟନର ଉପାୟ ସମୂହ ତଥା ବୈଶ୍ୱିକ କର ସଂସ୍କାର  ଉପରେ ବିଭିନ୍ନ ଅଲୋଚନା ମାନ ଉପସ୍ଥାପିତ ହେଇଛି ।
ଏହି ବିବରଣାନୁସାରେ ଗତ ୪୦ ବର୍ଷ ମଧ୍ୟରେ  ରାଷ୍ଟ୍ରଗୁଡିକ ଅଧିକ ଧନୀ ହେଇଗଲେ କିନ୍ତୁ ସେଠାକାର ସରକାର ଗରିବ ହେଇଜାଇଛନ୍ତି । ଧନିକ ରାଷ୍ଟ୍ରମାନଙ୍କରେ ସରକାରୀ ବିତ୍ତ ଶୂନ୍ୟ ପାଖାପାଖି ଅବା ଋଣାତ୍ମକ ଯାହା ଦର୍ଶାଏ ସମସ୍ତ ଅର୍ଥ ବ୍ୟକ୍ତିବିଶେଷଙ୍କ ପାଖରେ ଠୁଳ ହେଇ ରହିଛି । କୋଭିଡ୍ ୧୯ ପରବର୍ତ୍ତିି ସ୍ଥିତି ଏହି ସଙ୍କଟକୁ ତିବ୍ରତ୍ତର କରିଅଛି । ୟୁରୋପ୍ ,ଲାଟିନ୍ ଆମେରିକା ଏବଂ ଦକ୍ଷିଣପୂର୍ବ ଏସିୟ ରାଷ୍ଟ୍ର ମାନଙ୍କରେ ଜାତିୟ ଆୟ ୬-୭ ପ୍ରତିଶତ କମିଥିବା ସ୍ଥଳେ ପୂର୍ବ ଏସିୟ ରାଷ୍ଟ୍ର ମାନଙ୍କରେ ଏଥିରେ କିଛିକାଂଶରେ ଆସ୍ୱସ୍ଥି ମିଳିଛି । ଯଦିଓ ବୈଶ୍ୱିକ ଅକଳନ ନିମନ୍ତେ ଉପଯୁକ୍ତ ସାଂପ୍ରତିକ ତଥ୍ୟର ଅଭାବ ରହୁଛି କିନ୍ତୁ ୨୦୧୯ ଏବଂ ୨୦୨୧ ମଧ୍ୟରେ ହାରାହାରି ବିଶ୍ୱର ବିତ୍ତ କେବଳ ୧ ପ୍ରତିଶତ ବୃଦ୍ଧି ପାଇଥିବା ସ୍ଥଳେ ବିଲିୟନାରୀଙ୍କ ବିତ୍ତରେ ୫୦ ପ୍ରତିଶତ ବୃଦ୍ଧି ହେଇଅଛି
ଏଥିରେ ପ୍ରକାଶ ପାଇଛି ଯେ ଭାରତର ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ଆଶାତୀତ ବୃଦ୍ଧି ପାଇଅଛି । ଭାରତର ଶୀର୍ଷ ୧ ପ୍ରତିଶତ ଜନସାଧାରଣ ଏହାର ଏକ ପଞ୍ଚମାଂଶ ସମ୍ପଦର ଅଧିକାରୀ । ପୁନଶ୍ଚ ଆଶ୍ଚର୍ଯ୍ୟର ବିଷୟ ଏୟା ଯେ, ଶୀର୍ଷ ୧୦ ପ୍ରତିଶତ ଜନସାଧାରଣ ଏହାର ୫୭ ପ୍ରତିଶତ ସମ୍ପଦ ବ୍ୟବହାର କରୁଥିବା ସ୍ଥଳେ, ନିମ୍ନ ଦଶ ପ୍ରତିଶତ ଜନସାଧାରଣ ବ୍ୟବହାର କରନ୍ତି ମାତ୍ର ୧୩ ପ୍ରତିଶତ ବିତ୍ତ । ଏହି ସର୍ବେକ୍ଷଣାନୁସାରେ ଭାରତର ହାରାହାରୀ ଜନତାଙ୍କ ସମ୍ପଦ ୯,୮୩,୦୧୦ ଟଙ୍କା ହେଇଥିବା ସ୍ଥଳେ ନିମ୍ନ ଅର୍ଦ୍ଧାଂଶଙ୍କ ହାରାହାରୀ ଆୟ ୬୬୨୮୦ ; ଯାହା ଆୟର ବଣ୍ଟନରେ ଅସମାନତାର ବିପଦପୂର୍ଣ୍ଣ ସ୍ଥିତି ଦର୍ଶାଏ । ବିକାଶଶୀଳ ଅର୍ଥବ୍ୟବସ୍ଥାରେ ଏଭଳି ସ୍ଥିତି ଅର୍ଥନୈତିକ ଅଭିବୃଦ୍ଧି ତଥା ଦାରିଦ୍ର୍ୟ ଦୂରିକରଣ ପଛରେ ପ୍ରମୁଖ ଅନ୍ତରାୟ ।
ଯଦିଓ ଧନିକ ନାଗରିକଙ୍କ ଉପରେ ଭାରତ ସରକାର  ନ୍ୟୁନତମ କର ଲଗାନ୍ତି , କିନ୍ତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଏହାର ସ୍ଥାନ ପଛୁଅ‍ା । ଏକ ସୁ ବ୍ୟବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବାସ୍ଥଳେ ଯୋଗାଇବା ପରିବର୍ତ୍ତେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ବାଣିଜ୍ୟିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥିତ କରିବା ପଥରେ ଅଗ୍ରସର । ଯେଉଁ ମାନେ ପାଉଣା ଦେଇପାରିବେ ସେମାନେ ବିଳାସପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଉପଲବ୍ଧି କରିପାରୁଛନ୍ତି । ଏହିକ୍ରମରେ ଏହା ଏକ ସ୍ୱାସ୍ଥ୍ୟପର୍ଯ୍ୟଟନର ଗନ୍ତବ୍ୟ ହେଇଥିବା ସ୍ଥଳେ ଏଠାକାର ଶିଶୁ ମୃତ୍ୟୁହାର ଉପ-ସାହାରା(ଆଫ୍ରିକା)ଠୁ ଅଧିକ । ଭାରତର ମାତୃମୃତ୍ୟୁହାର ବୈଶ୍ୱିକ ମାତୃମୃତ୍ୟୁହାର ର ୧୭ ପ୍ରତିଶତ ଏବଂ ପାଞ୍ଚବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁହାର ର ୨୧ ପ୍ରତିଶତ ବୋଲି ଏହି ବିଷ୍ଳେଷଣରେ କୁହାଜାଇଛି । ଶ୍ରମିକାନୁପାରେ ମହିଳାଙ୍କ ଅଂଶ ହେଉଛି ୧୮ ପ୍ରତିଶତ ଯାହା ବିଶ୍ୱରେ ସର୍ବନିମ୍ନ ଏବଂ ଅନ୍ୟ  ଏସିୟ ରାଷ୍ଟ୍ର (ଚୀନ ବ୍ୟତିତ) ଙ୍କ ଠାରୁ ବି କମ୍ ଜଉଠି ହାରାହାରୀ ମହିଳାନୁପାତ ହେଉଛି ୨୧ ପ୍ରତିଶତ । କିନ୍ତୁ ମଧ୍ୟଏସିୟ ରାଷ୍ଟ୍ରଙ୍କ ତୁଳନାରେ ଏହି ହାର ଅଧିକ ଯେଉଁଠାରେ ଏହି ହାର ହେଉଛି ୧୫ ପ୍ରତିଶତ ।୧୯୯୦ ଦଶକ ପରଠୁ ଏହି ହାର ରେ ୮ ପ୍ରତିଶତ ବୃଦ୍ଧିପାଇଅଛି କିନ୍ତୁ ଏହା ଆଞ୍ଚଳିକ ତାରତମ୍ୟ ଦୂରୀକରଣରେ ପ୍ରଭାବଶାଳୀ ନୁହଁ ।
କିନ୍ତୁ ଅଙ୍ଗାରକାମ୍ଲ ନିର୍ଗମନ କ୍ଷେତ୍ର ରେ ଏହି ବିଷ୍ଳେଷଣ ଟିକିଏ ଆଶ୍ୱସ୍ଥି ଦେଇଛି । ଏହା ଏକ ନିମ୍ନ ଅଙ୍ଗାରକାମ୍ଳ ନିର୍ଗତକାରୀ ।ସବୁଜ ଘର ଗ୍ୟାସ୍ ର ମୁଣ୍ତ ପିଛା ହାରାହାରୀ ବ୍ୟବହାର ହେଉଛି ମାତ୍ର ୨ ଟି ଅଙ୍ଗାରକାମ୍ଳ । ଏହା ଉପ-ସାହାର(ଆଫ୍ରିକା) ରାଷ୍ଟ୍ର ମାନଙ୍କ ସହ ସମନ୍ୱୟ ରକ୍ଷାକରେ । ନିମ୍ନ ୫୦ ପ୍ରତିଶତ ଜନସାଧାରଣ ଗୋଟିଏ ଅଙ୍ଗାରକାମ୍ଳ ବ୍ୟବହାର  କରୁଥିବା ସ୍ଥଳେ ମଧ୍ୟ ୪୦ ପ୍ରତିଶତ ଦୁଇଟି ଅଙ୍ଗାରକାମ୍ଳ ଏବଂ ଶୀର୍ଷ ୧୦ ପ୍ରତିଶତ ଜନତା ୯ଟି ମୁଣ୍ତପିଛା ଅଙ୍ଗାରକାମ୍ଳ ଉପଭୋଗ କରନ୍ତି । ଏହି ମୁଣ୍ତପିଛା ଉପଭୋଗ କ୍ଷେତ୍ରରେ ଭାତରତୀୟ ଜନସଂଖ୍ୟାର ନିମ୍ନ ୫୦ ପ୍ରତିଶତ ଜନସାଧାରଣ ୟୁରୋପର୍ ନାଗରିକଙ୍କ ତୁଳନାରେ ହାରାହାରି ୫ ପ୍ରତିଶତ କମ୍  ଏବଂ ଆମେରିକିୟ ନାଗରିକଙ୍କ ତୁଳନାରେ ହାରାହାରି ୧୦ ପ୍ରତିଶତ କମ୍ ନିର୍ଗମନ  କରନ୍ତି ।
ବିଗତ କିଛି ଦଶକରେ ଆୟର ଅସମାନତା ବିକଶିତ  ରାଷ୍ଟ୍ରମାନଙ୍କରେ ଚର୍ଚ୍ଚାର ବିଷୟ ସାଜିଛି ।ସମଗ୍ର ସମାଜରେ ଜନସାଧାରଣଙ୍କ ଜୀବନ ଧାରଣ ମାନରେ ଉନ୍ନତି ଏହି ଆର୍ଥିକ ପୁନଃବଣ୍ଟନ କାର୍ଯ୍ୟକ୍ରମର ମୂଳଲକ୍ଷ ହେବା ଉଚିତ । ସାମାଜିକ ବ୍ୟବସ୍ଥା, ରାଜନୈତିକ ହସ୍ତକ୍ଷେପ ତଥା ସଂସ୍କୃତିର ପରିବର୍ତ୍ତନ ସହ ସମ୍ପଦର ପୁନଃବଣ୍ଟନ ଅବଶ୍ୟମ୍ଭାବୀ  । ଏଥିନିମନ୍ତେ ରାଷ୍ଟ୍ର ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ, ସରକାରୀ ଦ୍ରବ୍ୟର ଯଥାଯଥ ଉପଯୋଗ,ଆର୍ଥିକ ବିକାଶ କାର୍ଯ୍ୟକ୍ରମର ପ୍ରଣୟନ, ବୈଶ୍ୱିକି ବ୍ୟବସ୍ଥା ସହ ତାଳଦେଇ ନିଜସ୍ୱ ପ୍ରଗତିଶୀଳ ଟିକସ ବ୍ୟବସ୍ଥା ଲାଗୁ କରିବା ଉଚିତ ।ଆୟର ପୁନଃ ବଣ୍ଟନ ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା ।
*ଶୈକ୍ଷିକ ପରାମର୍ଶଦାତା*
*କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ,ଓଡିଶା*

Related Posts

About The Author

Add Comment