ବିଶ୍ରାରେ କଣ୍ଟେନମେଣ୍ଟ ଅବଧି ଆଉ ୪୮ ଘଣ୍ଟା ବଢିଲା

Spread the love
ସୁନ୍ଦରଗଡ଼, ୧୬/୦୪/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଗତ ୧୨ ତାରିଖରେ ୪୮ଘଣ୍ଟା ପାଇଁ ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ୧୪ ତାରିଖରେ ଦିନ ଏହାକୁ ପୁଣି ୪୮ ଘଣ୍ଟା ବୃଦ୍ଧି କରାଯିବା ପରେ ଏହାର ଅବଧି ଗୁରୁବାର ସାଢ଼େ ୧୧ଟା ପର୍ଯ୍ୟନ୍ତ ରହିଥିଲା। ହେଲେ କଣ୍ଟେନମେଣ୍ଟ ଅବଧିକୁ ଆଜି ପୁଣି ୪୮ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।

Related Posts

About The Author

Add Comment