ଯାଜପୁର/୨୩/୦୬/ସନ୍ଧାନ ନିଉଜ୍ )ଯାଜପୁର ଜିଲ୍ଲା ବରୀ ବ୍ଲକ ର ବିଶିଷ୍ଟ ଓ ଆଦର୍ଶ ଶିକ୍ଷକ ବିଷ୍ଣୁପଦ ତ୍ରିପାଠୀ ଙ୍କ ୭୪ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ବୁଧବାର ରାତ୍ର ୪ଟା ସମୟରେ ବାଇଁଶିରିଆ ପଂଚାୟତ ସ୍ଥିତ ଇଛାପୁର ବାସଭବନରେ ପରଲୋକ ହୋଇଛି ।
ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ସାୟା ଖେଳିଯାଇଥିବା ସହ ସ୍ୱର୍ଗତ ତ୍ରିପାଠୀଙ୍କ ବହୁ ସହକର୍ମୀ , ଛାତ୍ରଛାତ୍ରୀ ପହଁଚି ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଓ ଅମର ଆତ୍ମାର ସଦ୍ଗତି କାମନା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ସ୍ୱର୍ଗତ ତ୍ରିପାଠୀ ସ୍ଥାନୀୟ ଅଞ୍ଚଳରେ ବିଷ୍ଣୁ ସାର ନାମରେ ବେଶ ଜଣା ଥିଲେ ।ସେ ଜଣେ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଥିବା ସମସ୍ତେ ବେଶ ଅବଗତ । ସେ ଛାତ୍ରଛାତ୍ରୀ ମାନଙ୍କୁ ସ୍ନେହ ଶ୍ରଧା କରି ଉଚିତ ମାର୍ଗରେ ଶିକ୍ଷା ପ୍ରଦାନ କରୁଥିଲେ , ଏଣୁ ତାଙ୍କ ଦ୍ବାରା ଆଜି ବହୁ ଛାତ୍ରଛାତ୍ରୀ ଦେଶବିଦେଶରେ କାର୍ଯ୍ୟରତ ।
ତାଙ୍କର ଅନ୍ତିମ କାର୍ଯ୍ୟ ହିନ୍ଦୁ ରୀତିନୀତି ଅନୁଯାୟୀ ନିଜ ଗ୍ରାମରେ ସମାପନ କରାଯାଇଛି ।
ଏହି ସମୟରେ ଜ୍ୟେଷ୍ଟ ପୁତ୍ର ଧର୍ମପଦ , ମଧ୍ୟମ ପୁତ୍ର ଜନ୍ମେଜୟ ଙ୍କ ସମେତ ଅନ୍ୟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ ।



