ଜୟପୁର, ୧୪ /୩ (ସନ୍ଧାନ ନିୟୁଜ) ଆଜି ଜୟପୁର ପୁଲିସ୍ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି ବେଳେ ୩ଟି ଚାରି ଚକିଆ ଗାଡ଼ି ମଧ୍ୟ ଜବତ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ପୁଲିସ୍ କହିଛି। ମହିଳା ଜଣକ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲେ।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ୍ ଜୟପୁର ଉପଖଣ୍ଡ ଓ ବୋରିଗୁମ୍ମା ଅଞ୍ଚଳରେ ଗତ ତିନି ଦିନ ହେଲା ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ୍ ଏକ ଟନ୍ରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ।
ଏହି ଚୋରା ଚାଲାଣରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ଗଞ୍ଜେଇ ମାଫିଆଙ୍କ ସହ ଓଡ଼ିଶାର କିଛି ଲୋକ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ଉଦ୍ୟମ ଚଳାଇଛି।